Site icon Awaj Media

ବିଶ୍ୱ କବିତା ଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିଶ୍ୱ କବିତା ଦିବସ ଅବସରରେ ନୟାଗଡର ସମସ୍ତ ସାହିତ୍ୟlନୁଷ୍ଠାନର ଆବାହକତ୍ୱରେ ବିଶିଷ୍ଟ କବୟିତ୍ରୀ ତଥା ଧୂରିଣl ଶିକ୍ଷାବିତ୍ ଡ.ସୁକାନ୍ତି ମହାନ୍ତି ତଥା ବାର୍ଷଭାନବିର ଲେଖକ ସ୍ବର୍ଗତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ବାସଭବନ “ଚନ୍ଦ୍ରକାନ୍ତି ନିଳୟ” ଇଟାମାଟି ଠାରେ ବିଶିଷ୍ଟ ସାହିତ୍ୟlନୁରାଗୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କବିତା ଆସର ଆୟୋଜିତ ହୋଇଥିଲା l ଏପରିକି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଓ ବେଗୁନିଆ ବ୍ଲକ୍ ରୁ ଅନେକ କବି କବୟିତ୍ରୀ ଯୋଗଦେଇ କବିତା ପାଠ ଓ ଅଣୁଗଳ୍ପ ପଠନ କରିଥିଲେ l ଆଜିର ଅlସରରେ କବି ନିର୍ମଳ ଚନ୍ଦ୍ର ଶୂରଦେଓ. ନାଟ୍ୟକାର ପ୍ରଧlନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ବସିରନ ବିବି, କବି ଗୋଦାବରୀଶ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ l ସେହିପରି କବି ଗୋଲଖ ବିହାରୀ ନାୟକ, କବି ଦାମୋଦର ସାହୁ, କବି ସୁଦର୍ଶନ ପ୍ରଧାନ, କବି ନିରାକାର ସ୍ବାଇଁ, କବି ଗୋଦାବରୀ ବସନ୍ତିଆ, କବି ଅନୁବାଦକ ଗୁଣନିଧି ମହାପାତ୍ର, କବି ରଞ୍ଜନ ରଶ୍ମି ଜେନା, କବି ମହମ୍ମଦ ଆଜାଦ, କବି ଗୋପୀନାଥ ସେଠୀ, ଦେବେନ୍ଦ୍ର ପରମଗୁରୁ, କବୟିତ୍ରୀ ସଂଘମିତ୍ରା ସ୍ବାଇଁ, ମମତା ମଞ୍ଜରୀ ଦେବୀ,ହରପ୍ରିୟା ଦ୍ୱିବେଦୀ ପ୍ରମୁଖ ଅlସରରେ ଯୋଗଦେଇ ସାହିତ୍ୟ ଆଲୋଚନା ଓ କବିତା ପାଠରେ ଭାଗନେଇଥିବା ବେଳେ ପାଖାପାଖି ଷାଠିଏ ଜଣ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ l କବୟିତ୍ରୀ ଅଧ୍ୟାପିକା ନୀଳିମା ନନ୍ଦ ଓ ସୌଦାମିନି ସ୍ବାଇଁ କବିତା ସଂଯୋଜନା କରିଥିବା ବେଳେ ଗାଳ୍ପିକ ଡ. ଆଶୁତୋଷ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ l ପ୍ରତିବର୍ଷ ବିଶ୍ୱ କବିତା ଦିବସ ଆୟୋଜନ କରୁଥିବା କବୟିତ୍ରୀ ଡ.ସୁକାନ୍ତି ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଂପାଦକ ଶେଖ୍ ଅବଦୁଲ୍ ଖାଲିକ୍ କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଡ. ସୁରେଶ ବରାଡଙ୍କ କବିତା ସଂକଳନ ଜୀବନ ସୌରଭ ଓ ବରିଷ୍ଠ କବି ଲୋକନାଥ ମିଶ୍ର ଭରଦ୍ୱାଜଙ୍କ କବିତା ସଙ୍କଳ ବ୍ୟଥିତ କୃଷ୍ଣ ଏହି ଅବସରରେ ଉନ୍ମୋଚିତ ହୋଇଥିଲା l

Exit mobile version