Site icon Awaj Media

ରୋଟାରୀ କ୍ଲବ ପକ୍ଷରୁ ଜଗନ୍ନାଥ ସଂସ୍କୃତି ଓ ସଦଭାବନା ରଥକୁ ସ୍ବାଗତ ସମ୍ବର୍ଦ୍ଧନା !!!

Spread the love

ପାରାଦ୍ଵୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ରୋଟାରୀ କ୍ଲବ ଅଫ୍ ଆମିଟି ଓ ରୋଟାରୀ ଜିଲ୍ଲା ୩୨୬୨ ଦ୍ବାରା ଗତ ୬ତାରିଖ ଠାରୁ ପୂରୀରୁ ଆରମ୍ଭ ହୋଇଥିବା ଭ୍ରମଣ ରଥ ପାରାଦୀପରେ ପହଞ୍ଚିବା ପରେ ପାରାଦୀପ ରୋଟାରୀ କ୍ଲବ ତରଫରୁ ସ୍ବାଗତ କରାଯାଇଛି। ଜଗନ୍ନାଥ ସଂସ୍କୃତି ପରିକ୍ରମା ଓ ରୋଟାରୀ ଭାତୃତ୍ବବାଦର ପ୍ରଚାର ଓ ପ୍ରସାର ଉଦେଶ୍ୟ ରେ ଏହି ରଥ ଓଡ଼ିଶାର ବିଭିନ୍ନ ସହରରେ ଥିବା ୧୧୫ଟି ସ୍ଥାନକୁ ଭ୍ରମଣ କରିବା ସହ ଭାରତ ର ବିଭିନ୍ନ ପ୍ରଦେଶ ରେ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ଏହା ଦ୍ବାରା ମହାପ୍ରଭୁ ଜଗନ୍ନାଥ ଙ୍କ ମହିମା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହ ବିଶ୍ବ ଭାତୃତ୍ବ କୁ ଗୁରୁତ୍ୱ ପ୍ରଦାନ କରିବ । ସନ୍ତାନ ଏକ ବୃକ୍ଷ , ଅଙ୍ଗଦାନ ଓ ରକ୍ତଦାନର ମହତ୍ତ୍ଵ ଲୋକମାନଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଜଗନ୍ନାଥ ରଥ ଦୀର୍ଘ ପାଞ୍ଚ ମାସ ଧରି ଭାରତ ଭ୍ରମଣ କରିବ। ଏହି ଯାତ୍ରା ରୋଟାରୀ କ୍ଲବ ଅଫ୍ ଆମିଟୀ ଭୂବନେଶ୍ୱର ପକ୍ଷରୁ ରୋଟାରୀଆନ୍ ବିଘ୍ନେଶ୍ବର ବେହେରା ଓ ମନମୋହନ ପଣ୍ଡା ଙ୍କ ନେତୃତ୍ୱରେ ପରିଚାଳନା କରା ଯାଇଥିବା ବେଳେ ପାରାଦୀପ ରେ ପହଞ୍ଚି ଥିବା ଏହି ଜଗନ୍ନାଥ ରଥରେ ଥିବା ଚତୁର୍ଦ୍ଧାମୂର୍ତ୍ତି କୁ ପୂଜାର୍ଚ୍ଚନା କରା ଯାଇଥିଲା। ପାରାଦୀପ ରୋଟାରୀ କ୍ଲବ ର ସଭାପତି ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ୱରେ କ୍ଲବ ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଜଗନ୍ନାଥ ରଥକୁ ସ୍ବାଗତ କରିବା ସହ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ନିମନ୍ତେ ସ୍ଥାନୀୟ ଲୋକମାନଙ୍କୁ ଅବଗତ କରାଇଥିଲେ।

Exit mobile version