Site icon Awaj Media

ସମଲପୁର ଗ୍ରାମରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ !!!

Spread the love

ବିଂଝାରପୁର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ମଲ୍ଲିକ : ସମଲପୁର ଗ୍ରାମରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ ! ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର କଲ୍ୟାଣପୁର ପଂଚାୟତ ର ସମଲପୁର ଗ୍ରାମ ଟି ପବିତ୍ର ପୁଣ୍ୟତୋୟା ଖରସ୍ରୋତା ନଦୀ କୁଳ ରେ ଅବସ୍ଥିତ ! କଳକଳ ଶବ୍ଦ କରି କାହିଁ କେଉଁ କାଳରୁ ବହିଯାଉଛି ନଦୀ ! ଯାଜପୁର ର ଏହି ପବିତ୍ର ମାଟିରେ, ଏହାରି କୂଳରେ ଅବସ୍ଥିତ ଏହି ଛୋଟ ଗ୍ରାମ ଟିରେ ଜନସଂଖ୍ୟା ଦୃଷ୍ଟିରୁ ସେତେଟା ଉନ୍ନତି ଆସି ନଥିଲେବି ଆର୍ଥିକ ଦୃଷ୍ଟିକୋଣରୁ ବେଶ ଉନ୍ନତ ଅଟେ ! ଗ୍ରାମର ଅଧିବାସୀ ମାନେ ସାଧାରଣତଃ କୃଷି, ବ୍ୟବସାୟ ଓ କୌଳିକ ବୃତି ମାଧ୍ୟମରେ ନିଜର ଜୀବିକା ନିର୍ବାହ କରିଥାନ୍ତି ! ବର୍ଷକ ବରମାସରେ ତେର ପର୍ବ ଶାନ୍ତି ଶୃଙ୍ଖଳାର ସହିତ ପାଳନ ହୋଇଥାଏ ! ଗ୍ରାମର ଶୋଭାବର୍ଧନ କରୁଛି ବିଭିନ୍ନ ଦେବା ଦେବୀଙ୍କ ମନ୍ଦିର ! ମହାପୁରୁଷ ମଠ , ବାୟୁଟାଙ୍ଗୀ ମଠ, ଖରସ୍ରୋତା ନଦୀକୂଳରେ ଏକ ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ଅବସ୍ଥିତ ଗ୍ରାମର ଅଧିଷ୍ଠାତ୍ରୀଦେବୀ ମା ନାରାୟଣୀଙ୍କ ମନ୍ଦିର ! ଏହା ନିକଟରେ ଅବସ୍ଥିତ ଗ୍ରାମର ଏକମାତ୍ର ମହାଦେବ ମନ୍ଦିରରେ ବିରଜାମାନ ପ୍ରଭୁ ସମଲେଶ୍ୱର ମହାଦେବ, ଅନତି ଦୂରରେ ଅବସ୍ଥିତ ନୃସିଂହ ମଥାରେ ବିରାଜିତ ପ୍ରଭୁ ନୃସିଂହ ମହାଦେବ, ଏଥି ସହିତ ଚଳିତ ବର୍ଷ ଗ୍ରାମର ଅଧିବାସୀ ଙ୍କ ଉଦ୍ୟମ ରେ ପ୍ରତିଷ୍ଠିତ ହୋଇଛି ଏକ ପଞ୍ଚମୁଖୀ ମହାବୀର ମନ୍ଦିର ! ଏଥିପାଇଁ ସାରା ଗ୍ରାମରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ, ମନ୍ଦିର ପ୍ରତିଷ୍ଠା ପାଇଁ ତିନି ଦିନ ଧରି ହୋଇଥିବା ଯଂଜ୍ଞ, ନାମ ସଂକୀର୍ତ୍ତନ ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ସମସ୍ତ ଗ୍ରାମବାସି ଆମିଷ ବର୍ଜନ କରିବା ସହିତ ନୈଷ୍ଠୀକ ଭୋଜନ କରିଥିଲେ ! ମନ୍ଦିର ପ୍ରତିଷ୍ଠା ସମୟରେ ଅନୁଷ୍ଠାନ ତରଫରୁ ଗ୍ରାମବାସି ଓ ଭକ୍ତ ମାନଙ୍କ ପାଇଁ ଦୁଇ ବେଳା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ! ଏଥି ସହିତ ପ୍ରତି ସନ୍ଧ୍ୟାରେ ଅନୁଷ୍ଠିତ ଭୁବନେଶ୍ୱର ର ଭକ୍ତିତୀର୍ଥ ଭଜନ ଗ୍ରୁପ ଦ୍ୱାରା ଭଜନ ସମାରୋହ ଆୟୋଜିତ ହୋଇଥିଲା !

Exit mobile version