Site icon Awaj Media

ଚିଲିକାରେ ନିଆରା ଢଙ୍ଗରେ ରଙ୍ଗ ପର୍ବ ପାଳନ କଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ନାଚୁଣୀ ରେ ପୂର୍ବତନ ବିଧାୟକ ଡାଃ ବିଭୂତି ଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆବାହକତ୍ବରେ ଚିଲିକା ନିର୍ବାଚନ ମଣ୍ଡଳୀର ଏକ ହଜାରରୁ ଉର୍ଦ୍ଧ ବିଜେପି କର୍ମୀଙ୍କ ଗହଣରେ ପବିତ୍ର ରଙ୍ଗ ପର୍ବ ପାଳନ ହୋଇଯାଇଛି । ଭାରତର ଭାଇଚାରା ରଙ୍ଗ ପର୍ବରେ ପୂର୍ବତନ ବିଧାୟକ ଡାଃ ବିଭୂତି ଭୂଷଣ ହରିଚନ୍ଦନ କର୍ମୀ ମାନଙ୍କୁ ଏକ ବିକଶିତ ଓଡିଶା ନିର୍ମାଣ ଓ ବିକଶିତ ଚିଲିକା ନିର୍ମାଣ ପାଇଁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି କହିଥିଲେ । ତେଣୁ ଚିଲିକାର ଜନପ୍ରିୟ ନେତା ପୃଥ୍ୱୀରାଜ ହରିଚନ୍ଦନ ଓ ପୁରୀ ସାସଂଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ କର୍ମୀ ମାନଙ୍କୁ ପ୍ରେରଣା ଦେଇଥିବା ବେଳେ ବିଜେପି ବରିଷ୍ଠ ନେତା ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥ ଓ ବାଣପୁର ଅଞ୍ଚଳର ଅଧିଷ୍ଠାତ୍ରୀ ଦେଵୀ ମା ଭଗବତୀଙ୍କ ପାଖରେ ଓଡ଼ିଶା ବାସୀଙ୍କ ମଙ୍ଗଳ କାମନା କରିବା ସହ ଏ ବର୍ଷଟି ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧିର ବର୍ଷ ହେଉ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ପୂର୍ବତନ ସରପଞ୍ଚ ବାମନ ଚରଣ ଦାସ, ଜିତେନ୍ଦ୍ର ଭୋଳ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ବେହେରା, ସୁମନ୍ତ ପଟ୍ଟନାୟକ ଓ ଦିନବନ୍ଧୁ ସାହୁ ଙ୍କ ସମେତ ଏକ ହଜାରରୁ ଉର୍ଦ୍ଧ ଛାମୁଆ ନେତା କର୍ମୀ ଯୋଗଦେଇ ରଙ୍ଗ ପର୍ବ ପାଳନ କରିଥିଲେ । ବିଜେଡିରୁ ବହୁ କର୍ମୀ ବିଜେପିରେ ଯୋଗ ଦେଇଥିଲେ ।

Exit mobile version