Site icon Awaj Media

ଦୋଳ ଉତ୍ସବ ର ଚତୁର୍ଥ ଦିନର ମୁଖ୍ୟ ଆକର୍ଷଣ ଥିଲା “ମଘାପୋଡି” !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବର ଚତୁର୍ଥ ସନ୍ଧ୍ୟାରେ ରାମ ସ୍ୱାମୀ ମନ୍ଦିରରୁ ପ୍ରଭୁ ଦୋଳଗୋବିନ୍ଦ ସୁସଜ୍ଜିତ ବିମାନରେ ବସି ନଗର ପରିକ୍ରମା କରି ଦୋଳବନ୍ଧ ନିକଟ ଦୋଳମଣ୍ଡପକୁ ବିଜେ କରିଥିଲେ। ଚତୁର୍ଥ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରାତ୍ରିରେ ମାଁ ମାଣିକେଶ୍ୱରୀ ଓ ରାମଲିଙ୍ଗେଶ୍ୱର ମନ୍ଦିରରୁ ମହାଦେବଙ୍କୁ ବିରାଟ ପଟୁଆରରେ , ଘଣ୍ଟ , ତାଳ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ , ବାଜା ବଜାଇ ମେଲଣ ପଡିଆ ନିକଟକୁ ଅଣାଯାଇ ହରିହର ଭେଟ କରାଯାଇଥିଲା। ପରେ ମଘାପୋଡି (କାମଦହନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଜ ଜମିଥିଲା। ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଚତୁର୍ଥ ସନ୍ଧ୍ୟାରେ ସ୍ଥାନୀୟ ମିରାକେଲ ଡେନ୍ସ ଷ୍ଟୁଡ଼ିଓର କଳା ମାନେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ ପରିବେଷଣ କରିଥିଲେ।

Exit mobile version