Site icon Awaj Media

ବିଶ୍ଵ ନାଟ୍ୟ ଦିବସ ରେ ନାଟୁଆ ମେଳା ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ଵ ନାଟ୍ୟ ଦିବସ ଅବସରରେ ନାଟୁଆ ମେଳା ଆୟୋଜିତ ହୋଇଯାଇଛି, ପ୍ରଗତିଶୀଳ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ବିଜୟ କ୍ଲବ ପରିସରରେ ମଞ୍ଚ କଳାକାର ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଆୟୋଜକ ତରଙ୍ଗ ରଙ୍ଗ ଅନୁଷ୍ଠାନ ସଭାପତି ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଗୁରୁ ରଘୁନାଥ ପାତ୍ର, ବିଶିଷ୍ଟ ନାଟ୍ୟଶିଳ୍ପି ମନୋଜ ପାଢ଼ୀ ମଞ୍ଚାସିନ ଥିଲେ, ମଞ୍ଚାସୀନ ଅତିଥି ମାନେ ଓଡ଼ିଆ ଭାଷାକୁ ତଥା ଓଡ଼ିଶା କୁ ପାରଳା ମାଟି ହିଁ ପ୍ରଥମ ରଙ୍ଗମଂଚ ଓ ପ୍ରଥମ ନାଟକ ଦେଇଛି, ରଘୁନାଥ ପରିଛା ହିଁ ପ୍ରଥମ ନାଟ୍ୟକାର ବୋଲି ବିଭିନ୍ନ ପୁସ୍ତକ ରେ ଲେଖା ହୋଇଛି ତେଣୁ ଦକ୍ଷିଣ ଓଡ଼ିଶାର ଏହି ଗୌରବକୁ କେହି କେବେ ଭ୍ରମିତ କରିପାରିବେ ନାହିଁ ବୋଲି ମତ ଉପସ୍ଥାପନା କରିଥିଲେ, ଦ୍ଵୀତୀୟ ପର୍ଯ୍ୟାୟ ରେ ମଞ୍ଚ କଳାକାର ମାନଙ୍କ ମଧ୍ୟରେ “ପୁରତାନ ନାଟକ ଶୈଳୀ ଓ ଅଧୁନା ଦର୍ଶକ ଙ୍କ ରୁଚୀ” ବିଷୟ କୁ ନେଇ ଏକ ସୁନ୍ଦର ଆଲୋଚନା ହୋଇଥିଲା। ଏଥିରେ ମଞ୍ଚ ଅଭିନେତା ଏମ. ପୃଥିବୀ ରାଜ, ଅମୂଲ୍ୟ ପାଣିଗ୍ରାହୀ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ସତ୍ୟ ପଢ଼ୀୟାରୀ, ହରିହର ପଟ୍ଟନାୟକ ପ୍ରମୁଖ ନିଜ ମତ ଉପସ୍ଥାପନା କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଂଚ ଅଭିନେତା ଆଦର୍ଶ ଦାସ ଚଳିତ ବର୍ଷର ବିଶ୍ବ ନାଟ୍ୟ ବାର୍ତ୍ତା ପାଠ ସହ ସ୍ବାଗତ ଭାଷଣ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବାଳକୃଷ୍ଣ ପାଣିଗ୍ରାହୀ, କାମଦେବ ପାଢ଼ୀ, ଶିବ ପ୍ରଧାନ, ସୁଜିତ୍ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।

Exit mobile version