Site icon Awaj Media

ବିଶ୍ରାମଗାର ନିର୍ମାଣ ହେବ କେବେ ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ବଡ଼ ଦାଣ୍ଡ ଠାରେ ଥିବା ବିଶ୍ରାମଗାରଟି ନଷ୍ଟ ହୋଇ ଯିବା ପରେ ସେହି ଜାଗାରେ ବିଶ୍ରାମଗାର ଟି ନିର୍ମାଣ ହୋଇ ପାରୁନାହିଁ। ଯାହା ଫଳରେ ଯାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଯାତ୍ରୀ ଏଠି ସେଠି ଛିଡା ହେବାକୁ ପଡୁଛି। ତୁରନ୍ତ ସେହି ଜାଗାରେ ଜିଲ୍ଲା ପ୍ରଶାସନ ଅନୁସନ୍ଧାନ କରି ବିଶ୍ରାମ ଗାର ଟି ନିର୍ମାଣ କଲେ ପଥଚାରି ଉପକୃତ ହେବେ।ପ୍ରକାଶ ଥାଉକି ବିଶ୍ରାମଗାରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା।ତାହାକୁ ପୁରା ଭାଙ୍ଗି ସଫା କରି ଦିଆଯାଇଛି।ସେହି ଜାଗାରେ ବିଶ୍ରାମଗାରଟି ନିର୍ମାଣ କଲେ ପଥଚାରି ଉପକୃତ ହୋଇ ପାରିବେ।ପୂର୍ବରୁ ସେଠାରେ ବିଶ୍ରାମଗାରଟି ଥିବା ଯୋଗୁଁ ଯାତ୍ରୀ,ସ୍କୁଲ ଛାତ୍ର ଛାତ୍ରୀ କଲେଜ ଛାତ୍ର ଛାତ୍ରୀ ସେଠାରୁ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ।

Exit mobile version