Site icon Awaj Media

ନିଜ ମା ଙ୍କ ଜନ୍ମଦିନକୁ ନିଆରା ରୂପେ ପାଳନ କଲେ ଲେଖକ ରବିନାରାୟଣ ପଟ୍ଟନାୟକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀ ଡାକ୍ତରଖାନା ରକ୍ତ ଭଣ୍ଡାର ପରିସରରେ ମିଶନ ରକ୍ତଦାନ ତରଫରୁ ଲେଖକ ତଥା ଯୁବ ସମାଜସେବୀ ରବି ନାରାୟଣ ପଟ୍ଟନାୟକ ନିଜ ମା ବାସନ୍ତି ପଟ୍ଟନାୟକ ଙ୍କ ଜନ୍ମ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ରକ୍ତଭଣ୍ଡାର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । ମିଶନ ରକ୍ତଦାନ ପକ୍ଷରୁ ଆୟୋଜିତ ଶିବିର ରେ ମିଶନ ରକ୍ତଦାନ ର ସଭାପତି ହରପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁନୁ ଆଚାର୍ଯ୍ୟ, ନିରଞ୍ଜନ ପଟ୍ଟନାୟକ, ବିଭୂତି ଭୂଷଣ ସାହୁ, ବାଲାଜୀ ପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବର୍ତମାନ ପରିସ୍ଥିତିରେ ରକ୍ତ ଭଣ୍ଡାର ରେ ରକ୍ତର ଅଭାବ ରହିଛି ସେଇ ଦୃଷ୍ଟିରୁ ରକ୍ତଦାନ ଶିବିର କରିକି ମା ଙ୍କ ଜନ୍ମଦିନ ପାଳନ କୁ ସବୁ ମହଲ ରୁ ପ୍ରଶଂସା କରାଯାଇଥିଲା । ସେହିପରି ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ବୃକ୍ଷରୋପଣ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସଭାପତି ସରୋଜ କୁମାର ସାହୁ ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Exit mobile version