Site icon Awaj Media

ଖବର ପ୍ରସାରଣ ପରେ ନିଦ ଭାଙ୍ଗିଲା , ମରାମତି ହେଲା ରାସ୍ତା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ , ମରାମତି ହେଲା ବିପଦସଂଙ୍କୁଳ ରାସ୍ତା ! ଚାରି ଦିନ ହେଲା ତାଳବସ୍ତ ବିଲିପଡ଼ାର ରଣଶଙ୍ଖ ପୋଲ ରାସ୍ତା ଭାଙ୍ଗି ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେବା ସହିତ ଗାଡ଼ିମଟର ଦୁର୍ଘଟଣା ହେଉଥିଲା | ସମସ୍ତେ ଦେଖୁଥିଲେ , ହେଲେ ସ୍ଥାନୀୟ ଜନ ପ୍ରତିନିଧି କି ପ୍ରଶାସନ ବିରୋଧରେ କେହି ସ୍ୱର ଉତ୍ତୋଳନ କରୁନଥିଲେ | ଆଗକୁ ନିର୍ବାଚନ ଅଛି, କାଳେ ପ୍ରତିବାଦ କଲେ ପ୍ରଶାସନର କୋପ ଦୃଷ୍ଟି ପଡିବ ! ସେଥିପାଇଁ ଚୁପ ରହୁଥିଲେ ଅନ୍ଧ ମୁକ ବଧିର ହୋଇ | ସାମାଜିକ କର୍ମୀ ତଥା ଆୱାଜ ମିଡ଼ିଆର ଡମପଡା ପ୍ରତିନିଧି ସର୍ବ ପ୍ରଥେମେ ଖବର ପ୍ରସାରଣ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ | ଖବର ପ୍ରସାରଣ ହେବାର ତିନି ଘଣ୍ଟା ଭିତରେ ଦୁର୍ଘଟଣା ପ୍ରବଣ ରାସ୍ତା ମରାମତି କାମ ଆରମ୍ଭ ହୋଇଛି | ତାଳବସ୍ତ କୈବର୍ତ୍ତ ସାହି ସ୍ବେଛାସେବୀ ମାନେ ରାସ୍ତା ନିର୍ମାଣ କାମରେ ସହଯୋଗ କରିଛନ୍ତି | ପୁଣି ଥରେ ପ୍ରମାଣିତ ହୋଇଛି ଆୱାଜ ମିଡ଼ିଆର ଟ୍ୟାଗ ଲେଖା – କେବଳ ଖବର ପ୍ରସାରଣ ନୂହେଁ , ସମସ୍ୟାର ସମାଧାନ ପର୍ଯ୍ୟନ୍ତ ପ୍ରୟାସ !

Exit mobile version