Site icon Awaj Media

ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହେଲା ଓଡିଶା ଦିବସ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହେଲା ଓଡିଶା ଦିବସ ! ମହାସଂଘର ଅଧ୍ୟକ୍ଷ ଏବଂ ଉପାଧ୍ୟାକ୍ଷ ଙ୍କ ଉପସ୍ଥିତିରେ ବହୁ ସଦସ୍ୟ ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ! ମହାସଂଘ ଅଧ୍ୟକ୍ଷ କେଦାର ମିଶ୍ର ଏବଂ ଉପାଧ୍ୟାକ୍ଷ ଆଶୁତୋଷ ସାମନ୍ତରାୟ ଙ୍କୁ ସଂଘ ପକ୍ଷରୁ ସମ୍ମାନ ଫଳକ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା ! ଓଡିଶା ଦିବସ ଅବସରରେ କମିଶରେଟ ପୁଲିସ ରେ ଥିବା ସମସ୍ତ ଥାନାର ଅଧିକାରୀ ମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ଫଳକ ପ୍ରଦାନ ପାଇଁ ଯୋଜନା କରାଯାଇ ଟ୍ରାଫିକ ଥାନା ଅଧିକାରୀ ଆକାଶ ରଣା ଏବଂ କ୍ୟାପିଟାଲ ଥାନା ଅଧିକାରୀ ସୁଧାଂଶୁ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ! ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ସଦସ୍ୟ ନିରପେକ୍ଷ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବେ ବୋଲି ଆଲୋଚନା କରାଯାଇଥିଲା !

Exit mobile version