Site icon Awaj Media

ରାଜନୀତି ବର୍ତ୍ତମାନ ବ୍ୟବସାୟ : ନିର୍ବାଚନ ଆସିଲେ ନେତାଙ୍କୁ ବ୍ଲାକମେଲ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଲୋକଙ୍କ ସେବା ନୁହେଁ , ବର୍ତ୍ତମାନ ରାଜନୀତିକୁ କିଛି ଲୋକ ବ୍ୟବସାୟ ବୋଲି ଭାବୁଛନ୍ତି ! ଆଉ ଏହି ବ୍ୟବସାୟ ପାଇଁ ଉପଯୁକ୍ତ ସମୟ ହେଉଛି ନିର୍ବାଚନ ! ଲୋକଙ୍କ ସେବା ମନୋଭାବ ନୁହେ ବରଂ ରାତାରାତି କୋଟିପତି ହେବାକୁ ଏଭଳି ବ୍ୟବସାୟୀ ନିର୍ବାଚନ ସମୟରେ ନେତାଙ୍କୁ ବ୍ଲାକମେଲ କରନ୍ତି ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀ ! ନିଜର ପତିଆରା ଜାହିର ପାଇଁ ଏଭଳି ବ୍ୟକ୍ତି ପ୍ରଥମେ ନେତାଙ୍କ ଆଗରେ ପଛରେ ବୁଲନ୍ତି, ପରବର୍ତ୍ତୀ ସମୟରେ ରାଜନେତା ରୂପୀ ନେତା ମୁଖା ପିନ୍ଧି ଜନପ୍ରିୟ ବିଭିନ୍ନ ପନ୍ଥାରେ ନେତାଙ୍କୁ ଟାର୍ଗେଟ କରିଥାନ୍ତି । ଯେଉଁ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ି ନାହାଁନ୍ତି , ସେ ଯାଏଁ କିଛି ବି ସ୍ପଷ୍ଟ ନୁହେଁ ! ସ୍ୱାଧୀନ ଭାବେ ଯଦି ନିର୍ବାଚନ ଲଢ଼ୁଛନ୍ତି ତେବେ ପ୍ରାର୍ଥୀଙ୍କୁ ଲୋକେ ଭରସା କରି ଭୋଟ ଦିଅନ୍ତି ! ସେତେବେଳେ ଲୋକ ପ୍ରାର୍ଥୀର ଚରିତ୍ର ଦେଖନ୍ତି ଦଳୀୟ ଟିକେଟ ନୁହେଁ ! ନିର୍ବାଚନ ଲଢ଼ିବା ପୂର୍ବରୁ , ନିର୍ବାଚନ ପର କଥା ଓ ଜିତିଲେ ଦଳରେ ଯୋଗ ଦେବା କଥା କହିବା ରାଜନୈତିକ ଅପରିପକ୍ୱକୁ ଦର୍ଶାଏ ।

 

 

 

Exit mobile version