Site icon Awaj Media

ମହେନ୍ଦ୍ର ବନାଞ୍ଚଳରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଗାରାବନ୍ଧ ସେକ୍ସନ ଅନ୍ତର୍ଗତ ବୁରୁଝୁଲି ବିଟ ର ବୁରୁଝୁଲି ଗ୍ରାମ ଠାରେ କିଛି ବେଆଇନ କାଠ ଥିବାର ଜାଣିବାକୁ ପାଇଲେ I ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ବନସଂରକ୍ଷକ ଅରୁଣ କୁମାର ସାହୁ ଙ୍କ ତତ୍ୱାବଧାନରେ ଗାରାବନ୍ଧ ଥାନା ଅଧିକାରୀ ଓ ମହେନ୍ଦ୍ର ବନାଞ୍ଚଳ ର ବନ କର୍ମଚାରୀ ଙ୍କ ସହ ମିଶି ବୁରୁଝୁଲି ଗ୍ରାମର ସୀମାଦ୍ରୀ ଶବର ଙ୍କ ଘର ବାଡ଼ିରେ ଥିବା ଏକ ବେଆଇନ କରତ କଳରେ ଏକ ମିଳିତ ଚଢ଼ାଉ କରାଗଲା I ଉକ୍ତ ପରିସର ମଧ୍ୟରେ ଖାନତଲାସୀ ବେଳେ ଘରେ କୌଣସି ବ୍ୟକ୍ତି ନ ଥିଲେ I ମିଳିତ ଚଢ଼ାଉ କରାଯିବା ଖବର ପାଇ ସେଠାରୁ ଆସାମୀ ଫେରାର ହୋଇ ଯାଇଥିଲେ I ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କା ର ବେଆଇନ ଶାଗୁଆନ କାଠ ୬୭ ଗୋଟି (48.98 Cft) , କଷି ସାଇଜ ୧୨ ଗୋଟି (11.24 Cft), କାଠ କାଟିବା ମେସିନ, ସ୍ପ୍ରେ ମେସିନ ଜବତ କରାଗଲା I ଉକ୍ତ କାଠକୁ ଏବଂ ଜବତ ହୋଇଥିବା ମେସିନ କୁ ମହେନ୍ଦ୍ର ବନାଞ୍ଚଳ ହତା ପରିସର ମଧ୍ୟରେ ରଖାଯାଇଛି I ଉକ୍ତ ଚଢ଼ାଉ ସମୟରେ ବନପାଳ ଦୁର୍ଯ୍ୟଧନ ଜେନା, ବନରକ୍ଷୀ କେ.ଗିରିଶ କୁମାର, ଲକ୍ଷ୍ମୀ ନାରାୟଣ ପାଇକ, ଲକ୍ଷ୍ମୀପ୍ରିୟା ସାହୁ, ଗାରାବନ୍ଧ ଥାନା ଅଧିକାରୀ ରୀନାରାଣୀ ସାହୁ ସହ ଅନ୍ୟ ପୋଲିସ କର୍ମୀ ଏବଂ ଜଙ୍ଗଲ ସୁରକ୍ଷା କର୍ମୀ ଉପସ୍ଥିତ ରହି ଚଢ଼ାଉରେ ଭାଗ ନେଇଥିଲେ ବୋଲି ଗଣମାଧ୍ୟମ କୁ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।

Exit mobile version