ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୮୯ ତମ ଓଡିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ମହାପୁରୁଷଙ୍କ ବେଶରେ ସଜ୍ଜିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର ଛକ ସ୍ଥିତ ମହାରାଜା ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି, ମହାରାଜାଙ୍କ ସମାଧି ପୀଠ , ଗାନ୍ଧୀ ଛକ ସ୍ଥିତ ମହାରାଜା ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନଗର ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚିଥିଲେ । ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ! ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଆଚାର୍ଯ୍ୟ ବିଜୟ କୁମାର ଜେନା, ବରିଷ୍ଠ ସାହିତ୍ୟ ଆଚାର୍ଯ୍ୟା ଶ୍ରୀମତୀ ଶୈଳେଷ୍ଠା ଖଡ୍ଗରାୟ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ଆବାହକତ୍ୱରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା ।
ଓଡିଶା ଦିବସ – ୨୦୨୪ ପାଳିତ !!!

