ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଦଶପଲ୍ଲାରେ ବିକଳ୍ପ ବିହୀନ ନେତା ସାଜିଛନ୍ତି ରମେଶ ଚନ୍ଦ୍ର ବେହେରା ! ପ୍ରଶାସନିକ ଚାକିରୀ ଛାଡି ରାଜନୀତିରେ ପାଦ ଥାପିଥିବା ଏହି ନେତା ବିଗତ 2019 ନିର୍ବାଚନରେ ଭଲ ବ୍ୟବଧାନରେ ଜିତିଥିବା ସମୟରେ , ଏଥର ମଧ୍ୟ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି ! ତେବେ ଗତ କିଛି ମାସ ତଳେ ବିଜେଡି ର ଏକ ସମାନ୍ତରାଳ ଗୋଷ୍ଠୀ ହଠାତ ସକ୍ରିୟ ହୋଇ ରମେଶ ହଟାଅ , ଦଶପଲ୍ଲା ବଞ୍ଚାଅ ନାରା ଦେଇଥିଲେ ! ଏପରିକି ବିଭିନ୍ନ ସ୍ଥାନରେ ବିଧାୟକଙ୍କ ଦ୍ୱାରା ଉନ୍ମୋଚିତ ଫଳକୁ ଭାଙ୍ଗିଥିଲେ ଏକ ଗୋଷ୍ଠୀ ! ସେହିପରି ବିଜେଡି ନେତା ଶ୍ରୀହରି ନାୟକ , ବିଭିନ୍ନ ସ୍ଥାନରେ ସଭା ସମିତି ବନ୍ଧୁମିଳନ କାର୍ଯ୍ୟକ୍ରମ ଜାରି ରଖିଥିଲେ ! ତେବେ ଦଳୀୟ ଟିକେଟ ମିଳିବା ପରେ ଅସନ୍ତୁଷ୍ଟଙ୍କୁ ବଶ କରିବାରେ ସକ୍ଷମ ହୋଇଛନ୍ତି ରମେଶ ବେହେରା ! ସଦ୍ୟ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରମେଶ ବେହେରା ଏବଂ ଶ୍ରୀହରି ନାୟକ ଙ୍କୁ ଏକାଠି ଦେଖିବାକୁ ମିଳିଥିଲା ! ବିଜେପି ଟିକେଟ ଘୋଷଣା ପରେ ଦଳରେ ଫାଟ ବଢୁଥିବା ବେଳେ , କଂଗ୍ରେସ ସଂପୂର୍ଣ୍ଣ ସୁପ୍ତ ! 2024 ଲଢେଇ ରମେଶ ଚନ୍ଦ୍ର ବେହେରା ଙ୍କ ପାଇଁ ସହଜ ଲାଗୁଥିବା ସମୟରେ ଅନ୍ୟତମ ପ୍ରାର୍ଥୀ ତଥା ଯୁବ ସାମ୍ବାଦିକ କାହ୍ନା ନାୟକ ଙ୍କ କାର୍ଯ୍ୟକ୍ରମ ଉପରେ ଏବେ ନଜର ରହିଛି !
ଅବ ଆୟା ଉଟ ପାହାଡ଼ କେ ନିଚେଁ – ରମେଶ କ୍ୟାମ୍ପରେ ଶ୍ରୀହରି ନାୟକ !!!

