ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି ର ଲୋକସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା କରାଯାଇଛି ! ଆଗାମୀ ଦିନରେ ବହୁଜନ ସମାଜ ପାର୍ଟି ଏକ ମାତ୍ର ପାର୍ଟି ଭାବରେ ସ୍ୱଚ୍ଛ, ସ୍ୱାଭିମାନ ର ସହିତ ନିର୍ବାଚନ ଲଢ଼ିବ, ସେଥିପାଇଁ ବହୁଜନ ସମାଜ ପାର୍ଟିର କର୍ମୀ ମାନେ ବିଧାନସଭା ଏବଂ ଲୋକସଭା ସିଟକୁ ହାତେଇବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି ! ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମିଳନୀରେ ନୂତନ ଭାବେ ଯୋଗ ଦେଇଥିବା ଓଡିଶା ପ୍ରଭାରୀ ଅଶୋକ ସିଦ୍ଧାର୍ଥ କହିଛନ୍ତି ବହୁଜନ ସମାଜ ପାର୍ଟିର ସ୍ଥିତି ଏବେ ଧୀରେ ଧୀରେ ମଜବୁତ ହଉଛି ! ଏହି ପାର୍ଟି ସବୁବେଳେ କାମରେ ବିଶ୍ୱାସ କରେ ତେଣୁ ପରିବର୍ତ୍ତନ ନିଶ୍ଚିତ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି !
ଓଡିଶା ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବହୁଜନ ସମାଜ ପାର୍ଟି !!!

