Site icon Awaj Media

ବହୁ ଆଡମ୍ବରରେ ଉଦଘାଟିତ ହେଲା ଦ୍ୱିତୀୟ ବୃହଦମ୍ବା ବୈଶାଖୀ ମହୋତ୍ସବ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବହୁ ଆଡମ୍ବରରେ ଦ୍ୱିତୀୟ ବୃହଦମ୍ବା ବୈଶାଖୀ ମହୋତ୍ସବ ର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କଳା ସାହିତ୍ୟ ସଂସ୍କୃତି ର ଗଡ଼ ଭାବେ ପରିଚିତ ଭାବେ ବଡମ୍ବା ଗଡ଼ ର ସୁନାମ ଐତିହ କୁ ମନେ ପକାଇଛି ଅଗ୍ରଣୀ ଅନୁଷ୍ଠାନ ବାଦଶାହ କ୍ଳବ। ଆଜି ପ୍ରଥମ ସନ୍ଧ୍ୟା ରେ ବହୁ ଜଣାଶୁଣା କଳାକାର ଙ୍କ ପ୍ରଦର୍ଶନ ଦର୍ଶକ ଙ୍କ ମନ ମୋହିଥିଲା । ଉଦଘାଟନ ସନ୍ଧ୍ୟା ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧକ୍ଷ କିଶୋର ଚନ୍ଦ୍ର ମିଶ୍ର, ପଞ୍ଚାୟତ ସମିତି ଅଧକ୍ଷ ରଘୁପତି ମହାନ୍ତି, ଉପାଧ୍ୟାକ୍ଷା ସ୍ଵର୍ଣ୍ଣଲତା ବେହେରା, 30 ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ବାଦଶାହା କ୍ଲବ ର ସଭାପତି ସଞ୍ଜୟ କୁମାର ସ୍ୱାଇଁ, ବଡମ୍ବା ନିଜିଗଡ଼ ସରପଞ୍ଚ ମଧୁସ୍ମିତା ମହାନ୍ତି ଏବଂ ନିଜିଗଡ଼ ସମିତିସଭ୍ୟା ଗୋଲାପ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମଞ୍ଚ ସଂଚାଳନ ସୋନାଲି କରିଥିବା ବେଳେ ସିଙ୍ଗର ଅର୍ପିତା ଚୌଧୁରୀ ଏବଂ ଗୌତମ ଗିରୀ ଙ୍କ ସହ ଅର୍ୟାନ୍ସ ଡ୍ୟାନ୍ସ ଗ୍ରୁପ ଜନସାଧାରଣ ଙ୍କ ମନ ମୋହିଥିଲେ ।

Exit mobile version