Site icon Awaj Media

ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଫ୍ରେଣ୍ଡସ୍ କଲୋନୀ ତୃତୀୟ ଗଳି ଠାରେ ଥିବା ନବ ଜୀବନ ସଙ୍ଘ ଗଜପତି ଶାଖା ପକ୍ଷରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଆରମ୍ଭ ହୋଇଯାଇଛି । ସମ୍ବଲପୁର ରୁ ଆସିଥିବା ବିଶିଷ୍ଟ ମାନସ ପ୍ରବଚକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଶାସ୍ତ୍ରୀ ପ୍ରବଚନ ପ୍ରଦାନ କରୁଛନ୍ତି । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହି ପାରାୟଣ ଓ ପ୍ରବଚନ ମହାଯଜ୍ଞ ଦିବ୍ୟ ଜୀବନ ସଙ୍ଘ ଆଶ୍ରମ ପରିସରରେ ଅନୁଷ୍ଠିତ ହେବ । ପ୍ରତ୍ୟେହ ପ୍ରାତଃ ୭ ଘଟିକା ସମୟରେ ମହନ୍ତ ଶ୍ରୀ ରାମାନନ୍ଦ ଦାସ ମହାରାଜ ବ୍ୟାସ ରୂପେ ଯୋଗଦାନ କରି ପାରାୟଣ କରିବେ । ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ଦିବ୍ୟ ଜୀବନ ସଂଘର ସମ୍ପାଦକ ପ୍ରସାଦ କୁମାର ନାୟକ, ଦେବେନ୍ଦ୍ର ନାଥ ପାଢ଼ୀ, କୋଷାଧ୍ୟକ୍ଷ ମୋହନ ଚୌଧୁରୀ, ଡକ୍ଟର ମଧୁସୂଦନ ନାୟକ, ମିନ କେତନ ବଂସୁ ପ୍ରମୂଖ ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।

Exit mobile version