Site icon Awaj Media

ଗଜପତି ଜିଲ୍ଲା ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ତରଫରୁ ଜଳ ସେବା ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ଆୟୁକ୍ତ ତଥା ଜାତୀୟ ଉପ ସଭାପତି ଡ଼ଃ କାଳୀ ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଭାରତ ସ୍କାଉଟସ୍ ଓ ଗାଇଡ଼ସ ତରଫରୁ ଜଳ ସେବା ଶିବିର ଆରମ୍ଭ ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଏହି ଜଳ ସେବା ଶିବିର ଜାରି ରହିବ ବୋଲି ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ର କହିଛନ୍ତି । ଏହି ଜଳ ଶିବିରରେ ଦହି ସରବତ, ଲେମ୍ବୁ ପାଣି ବଣ୍ଟନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ମାୟାଧର ସାହୁ ଏହି ସେବା ମୂଳକ କାର୍ଯ୍ୟକୁ ସ୍ୱାଗତ ଜଣାଇଛନ୍ତି । ଅତିରିକ୍ତ ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଏହି ସେବା ଆଗାମୀ ଦିନରେ ଜାରି ରଖିବା ପାଇଁ କହିଛନ୍ତି । ଏହି ସେବା ଶିବିରକୁ ଜିଲ୍ଲାର ସ୍କାଉଟ ଓ ଗାଇଡ଼ସ୍ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଛନ୍ତି । ତଥା ପ୍ରଦୀପ ସାମଲ, ଧୀରେନ୍ଦ୍ର ସାମଲ, କିଶୋର ସାମଲ, ତପସ୍ୱିନୀ ପଣ୍ଡା, ରେଖା ରାଣି ଦେଓ, ଅଜୟ ବିଶ୍ୱାଳ, କିଶୋର ଚନ୍ଦ୍ର ଦାଶ, ପ୍ରକାଶ ଚନ୍ଦ୍ର ବର୍ଦ୍ଧନ, କେ ଭି ରେଡ୍ଡୀ, ସନ୍ତୋଷ କୁମାର କଲ୍ୟାଣ, ଲିଙ୍ଗରାଜ ସାହୁ, ଦର୍ଶିତା ପଟ୍ଟନାୟକ, ସୁଦୀପ୍ତ ବାରିକ ପ୍ରମୁଖ ଏହି ଜଳ ବଣ୍ଟନ ସେବାରେ ସହଯୋଗ କରିଥିଲେ । ଶେଷରେ ସୁରେନ୍ଦ୍ର କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version