ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : ଏକାମ୍ର ମହିଳା ମଞ୍ଚ ତରଫରୁ ନିଆରା ପ୍ରୟାସ ! ଜାତୀୟ ରାଜପଥ ପାର୍ଶ୍ୱରେ ତୃଷାର୍ତ୍ତ ପଥିକ ମାନଙ୍କୁ ଜଳଦାନ ପାଇଁ ଆରମ୍ଭ ହୋଇଛି ଜଳସେବା କେନ୍ଦ୍ର ! କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ପହଞ୍ଚି ସଂଗଠନର ସଦସ୍ୟା ମାନଙ୍କୁ ଉତ୍ସାହିତ କରିବା ସହିତ ନିଜେ ଦହି ସରବତ ବାଣ୍ଟିଥିଲେ ! ରାଜଧାନୀ ଉପକଣ୍ଠ ନୂଆଗାଁ ପେଟ୍ରୋଲ ପମ୍ପ ସମ୍ମୁଖ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏକାମ୍ର ମହିଳା ମଞ୍ଚ ଆରମ୍ଭ କରିଛି ପାନୀୟ ଜଳ ବିତରଣ ! ବଢୁଥିବା ଖରା ଏବଂ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଏପରି ଉଦ୍ୟମ କରାଯାଇଥିବା ପ୍ରକାଶ କରିଛନ୍ତି ସଂଗଠନର ସଦସ୍ୟା ! ଏକ ନିଆରା ଢଙ୍ଗରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା , କୁନି କୁନି ପିଲାଙ୍କୁ ଡାକି ଜଳ ତଥା ଦହି ସରବତ ବଣ୍ଟନ ର ଆରମ୍ଭ କରିଥିଲେ ସଂଗଠନର ସଭ୍ୟା ! ବିଭିନ୍ନ ସାମାଜିକ କାମରେ ଲିପ୍ତ ଥିବା ଏକାମ୍ର ମହିଳା ମଞ୍ଚ ସଂପୂର୍ଣ୍ଣ ଭାବରେ ସଦସ୍ୟା ମାନଙ୍କର ନିଜସ୍ୱ ଉଦ୍ୟମ ଓ ଖର୍ଚ୍ଚରେ ଅନେକ କାର୍ଯ୍ୟ କରୁଥିବା ବେଳେ , ଜଳଦାନ କାର୍ଯ୍ୟକୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି ! ଜନଗହଳି ପୂର୍ଣ୍ଣ ସ୍ଥାନ ତଥା ଦୁଇଟି ବିଦ୍ୟାଳୟ ପାଖରେ ଏପରି ଜଳସେବା କେନ୍ଦ୍ର ଖୋଲା ଯାଇଥିବାରୁ ସ୍ଥାନୀୟ ବାସିନ୍ଦା ସଂଗଠନର ଏପରି କାମକୁ ସାଧୁବାଦ ଜଣାଇଛନ୍ତି !
ଏକାମ୍ର ମହିଳା ମଞ୍ଚ ତରଫରୁ ଜଳସେବା କେନ୍ଦ୍ର !!!

