Site icon Awaj Media

ଆମ ଆଦମୀ ପାର୍ଟି ଓଡିଶା ଶାଖାର ମିଶ୍ରଣ ପର୍ବ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆମ ଆଦମୀ ପାର୍ଟି ଓଡିଶା ଶାଖାର ମିଶ୍ରଣ ପର୍ବ ! ଆଗକୁ ନିର୍ବାଚନ ଥିବା ସମୟରେ ରାଜ୍ୟରେ ଚାଲିଛି ଦଳ ଡିଆଁ ! ବିଭିନ୍ନ ରାଜନୈତିକ ଦଳ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଲେଣି , ହେଲେ ଏପର୍ଯ୍ୟନ୍ତ ଆପ ଓଡିଶା ତାର ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ! ଏପରି ସମୟରେ ରାଜଧାନୀ ଲୋହିଆ ଏକାଡେମୀ ପରିସରରେ ଆମ ଆଦମୀ ପାର୍ଟିର ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି ! ଓଡିଶା ମୁଖ୍ୟ ନିଶିକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ପାଖାପାଖି କୋଡିଏ ଟି ଜିଲ୍ଲାରୁ କାର୍ଯ୍ୟକର୍ତ୍ତା ମାନେ ଆସି ଦଳରେ ଆନୁଷ୍ଠାନିକ ଭାବରେ ସାମିଲ ହୋଇଥିଲେ ! ଆଗାମୀ ଦିନରେ ଖୁବ ଶୀଘ୍ର ଦଳ ତାର ପ୍ରାର୍ଥୀ ଘୋଷଣା କରିବା ସହିତ ନିର୍ବାଚନକୁ ପୁରା ଦମ ରେ ଲଢ଼ିବ ବୋଲି ଦଳର ବରିଷ୍ଠ ନେତା ପ୍ରତିକ୍ରିୟା ଦେଇଛନ୍ତି ! କଟକ , ଖୋର୍ଦ୍ଧା , କେନ୍ଦ୍ରାପଡା , ଜଗତସିଂହପୁର , ପୁରୀ ଗଂଜାମ , ମାଲକାନଗିରି ଏବଂ କୋରାପୁଟ ର ବହୁ ନେତା ନିଜ ସମର୍ଥକ ମାନଙ୍କ ସହିତ ଆସି ଦଳରେ ଯୋଗ ଦେଇଛନ୍ତି ! ପାର୍ଟିର ଜାତୀୟ ମୁଖ୍ୟ ଅରବିନ୍ଦ କେଜରିୱାଲ ଏବେ ଜେଲରେ , ହେଲେ ଦଳ ପୁରା ଜୋଶରେ ଅଛି ! ନୂତନ ଭାବରେ ଦଳରେ ସାମିଲ ହୋଇଥିବା ନେତା ଆଗାମୀ ଦିନରେ ଦଳର ନିଷ୍ପତି ଅନୁଯାୟୀ କାର୍ଯ୍ୟ କରିବେ ବୋଲି କହିବା ସହିତ ପୁରୁଖା ନେତା ନିର୍ବାଚନକୁ ନେଇ ଆରମ୍ଭ କଲେଣି ଜୋରଦାର ପ୍ରସ୍ତୁତି ! ପ୍ରଥମେ ଦିଲ୍ଲୀ , ପରେ ପଞ୍ଜାବ ରେ ସଫଳତା ପାଇଥିବା ଦଳ ଏବେ ଓଡିଶା ପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି ! ତେବେ ଚଳିତ ଥର ଆମ ଆଦମୀ ପାର୍ଟି ରାଜ୍ୟରେ ଲୋକସଭା ପାଇଁ ପ୍ରାର୍ଥୀ ଦେଉନଥିବାରୁ , ବିଧାନସଭା ଆସନରେ ଫୋକସ କରିବ ବୋଲି ଦଳୀୟ ନେତୃତ୍ୱ ଦୃଢତାର ସହ କହିଛନ୍ତି !

Exit mobile version