Site icon Awaj Media

୪୨ ମୌଜା ଯାଦବ ମହାସଭା ପକ୍ଷରୁ ଆଇ.ଆଇ.ସି ସମ୍ବର୍ଦ୍ଧିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ନହରପଦା ଯାଦବ ସମିତି ଲଉଡି ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅନିର୍ବାଜ୍ୟ କାରଣ ବଶତଃ ଯଥା ସମୟରେ ସମ୍ମାନୀୟ ଅତିଥି ଭାବେ ୪୨ମୌଜା ଥାନା ଆଇ.ଆଇ.ସି ଉପସ୍ଥିତ ରହି ନପାରିବାରୁ ମୁଖ୍ୟ ଅତିଥି ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ସମାଜସେବୀ ଇ°.ପ୍ରଦୀପ ବେହେରାଙ୍କ ପରାମର୍ଶ କ୍ରମେ ୪୨ମୌଜା ଯାଦବ ମହାସଭା ପକ୍ଷରୁ ଥାନା ପରିସରକୁ ଯାଇ ଆଇ.ଆଇ.ସି ଗିରିଶ ଚନ୍ଦ୍ର ମହାରଣାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୪୨ମୌଜା ଯାଦବ ମହାସଭା ପକ୍ଷରୁ ସଭାପତି ସାହିତ୍ୟିକ ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ କୁମାର ବେହେରା, ସଦସ୍ୟ ଅନାଦି ବେହେରା, ସାଗର ବେହେରା ଓ ଆଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version