Site icon Awaj Media

ଗଜପତି ଆଇରନ୍ ଏଣ୍ଡ ସିମେଣ୍ଟ ଓନୋରସ୍ ୟୁନିୟନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସପ୍ତଗିରି ଆଇରନ୍ ଏଣ୍ଡ ସିମେଣ୍ଟ ଦୋକାନର ସଭାଗୃହରେ ଗଜପତି ଆଇରନ୍ ଏଣ୍ଡ ସିମେଣ୍ଟ ଓନୋରସ୍ ୟୁନିୟନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ୟୁନିୟନର ସଭାପତି ସୀମାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲେବର ମାନଙ୍କୁ କୁଲି ଦର ବଢାଇବାକୁ ନେଇ କହିଥିଲେ । ରାଜ୍ୟରେ ସବୁ ଆଡେ ଗୋଟିଏ ପ୍ରକାରର ସିମେଣ୍ଟ ଓ ଲୁହାଛଡ଼ର ଲୋଡ଼ ଓ ଅନଲୋଡ଼ ଗୋଟିଏ ପ୍ରକାରର ଦର ରହିଥିବା ବେଳେ ପାରଳାଖେମୁଣ୍ଡିରେ ଅନ୍ୟ ଦର ଲାଗୁ କରିଛନ୍ତି । ଯାହା ଫଳରେ ଏହି ଚଢା ଦର ସାଧାରଣ ଖାଉଟି ମାନଙ୍କ ଉପରେ ପଡୁଛି । ତେଣୁ ତିନି ଦିନ ହେଲା ନିଜ ନିଜର ଦୋକାନ ବନ୍ଦ କରି ଏହାର ବିରୋଧ କରୁଛୁ ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଜେ ବିଜୟ କୁମାର, କୋଷାଧ୍ୟକ୍ଷ ଟି ଭାସ୍କର ରାଓ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Exit mobile version