Site icon Awaj Media

ଜନମଙ୍ଗଳ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଜନମଙ୍ଗଳ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳିତ ! ପଥଚାରୀ ମାନଙ୍କୁ ସୁଆଦିଆ ପଣା ବଣ୍ଟନ କରି ଉତ୍ସବ ପାଳିଲେ ସଂଗଠନର ସଦସ୍ୟ ! ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ପଣା ଉତ୍ସବ ପାଳିତ ହୋଇଯାଇଛି | ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜଣାଶୁଣା ସମାଜସେବୀ ତଥା ବମ୍ବେ ଓଡ଼ିଆ ମହାସଂଘର ସଭାପତି ଡ଼ ବିପିନ ବିହାରୀ ମିଶ୍ର ଏବଂ ଆସିଷ୍ଟାଣ୍ଟ କମିଶନର ଅଫ ପୋଲିସ ଶୁଭ ନାରାୟଣ ମୁଦୁଲି ଯୋଗଦେଇ ପଣା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ବେଲ, କଦଳୀ, ନଡ଼ିଆ, ଦହି ଏବଂ ଗୁଡ଼ ଇତ୍ୟାଦିରେ ଓଡ଼ିଆ ପାରମ୍ପରିକ ପଣା ପ୍ରସ୍ତୁତ କରାଯାଇ ପଥଚାରୀ ମାନଙ୍କୁ ବଣ୍ଟନ କରାଯାଇଥିଲା | ଏହି ଅବସରରେ ଡ଼ ବିପିନ ବିହାରୀ ମିଶ୍ର କହିଥିଲେ କି, ପଣା ହେଉଛି ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପେୟ ଉପାଦାନ | ଆଜି ସାରା ବିଶ୍ୱରେ ଓଡ଼ିଆ ମାନେ ଘରେ ଓ ବାହାରେ ସବୁଆଡେ ପଣା ପ୍ରସ୍ତୁତ କରି ନିଜେ ପିଇବା ସହ ଅନ୍ୟ ମାନଙ୍କୁ ବଣ୍ଟନ କରିଥାନ୍ତି | ଯାହା ଆମ ପରମ୍ପରା ଓ ଜୀବନରେ ସ୍ନେହ ପ୍ରେମର ନିଦର୍ଶନ ବୋଲି ଜଣା ଯାଇଥାଏ | ଜନମଙ୍ଗଳ ପରିଷଦର ସଭାପତି ଅଲେଖ ଚନ୍ଦ୍ର ଜେନା କହିଥିଲେ କି, ଦୀର୍ଘ ୧୦ ବର୍ଷ ଧରି ଆମେ ଏଠାରେ ପଣା ବାଣ୍ଟି ଓଡ଼ିଆ ନବବର୍ଷ ପାଳନ କରି ଆସୁଛୁ | ତା ସହ ନିମନ୍ତ୍ରିତ ଅତିଥି ଓ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସାମାଜିକ କର୍ମୀ ମାନି ପଣ୍ଡା, ଜନମଙ୍ଗଳ ପରିଷଦର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ନିରଞ୍ଜନ ସାହୁ, ମନୋରଞ୍ଜନ ଦାଶ, ବୈଲୋଚନ ସାହୁ, ଅରୁଣ ସ୍ୱାଇଁ, ବାପୁ ସ୍ୱାଇଁ, ରାଜେଶ ନାୟକ, ମନୋରଞ୍ଜନ ପଣ୍ଡା, ଜୟପ୍ରଦା ସାମନ୍ତରାୟ, ସର୍ବେଶ୍ଵର ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ମିଲନ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Exit mobile version