ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ନିର୍ବାଚନ ଲଢ଼ିବେ କି ନାହିଁ , ତାହା ନେଇ ବିତିଗଲା ଅନେକ ଦିନ ! ଦଳ ବଦଳ ଚର୍ଚ୍ଚାରେ କଟିଗଲା କେଇ ମାସ ! ହେଲେ ଶେଷରେ ପୁଣି ସେଇ କଂଗ୍ରେସ ଆଉ ବାଙ୍କୀ ରୁ ପ୍ରାର୍ଥୀ ହେଲେ ଦେବାଶିଷ ପଟ୍ଟନାୟକ ! ଟିକେଟ ଘୋଷଣା ପରେ ପୁରା ଫର୍ମକୁ ଆସିଯାଇଛନ୍ତି ଯେମିତି ! ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଗଣମାଧ୍ୟମ ଆଗରେ ଦେଇଛନ୍ତି ସ୍ପଷ୍ଟ ବୟାନ ! ବାଙ୍କୀ ରେ ପଢ଼ିଛନ୍ତି , ବଢ଼ିଛନ୍ତି , ଲୋକଙ୍କ ସେବା ପାଇଁ ରାଜନୀତିକୁ ଆସିଛନ୍ତି ! ଥରେ ଜିତିଛନ୍ତି , ଆଉ ହାରିବାକୁ ସ୍ୱୀକାର ମଧ୍ୟ କରିଛନ୍ତି ! ହେଲେ ଏ ପାଞ୍ଚ ବର୍ଷ ବାଙ୍କୀ ପାଇଁ ଗଧ ପରି ଖଟିବେ ବୋଲି ମଧ୍ୟ କହିଛନ୍ତି !
କଥା ଦଉଛି – ପାଞ୍ଚ ବର୍ଷ ଗଧ ପରି ଖଟିବି !!!

