Site icon Awaj Media

କଂଗ୍ରେସ ବିଧାନସଭା ପ୍ରାର୍ଥି ବିଜୟ ପଟ୍ଟନାୟକ , କଂଗ୍ରେସ ର ଗ୍ୟାରେଣ୍ଟି ଇସ୍ତାହାର କୁ ନେଇ ଘରେ ଘରେ ପହଞ୍ଚାଉଛନ୍ତି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମଠ ରେ ଅପରାହ୍ନ ସମୟରେ ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ପ୍ରଭୁ ଜଗନ୍ନାଥଙ୍କ ଙ୍କ ଆର୍ଶୀବାଦ ନେଇ ଦଳିୟ ଇସ୍ତାହାର କୁ ସହରରେ ଶୁଭ ଉଦ୍ଘାଟନ କରି ସହରରେ ସାହି ସାହି ରେ, ପରେ ଘରେ ପହଞ୍ଚାଇଛନ୍ତି । ଏହି କଂଗ୍ରେସ ଗ୍ୟାରେଣ୍ଟି ଉପରେ ଲୋକଙ୍କୁ ପୂଙ୍ଖାନୁ ପୂଙ୍ଖ ଭାବେ ବୁଝାଉଛନ୍ତି । ଶ୍ରୀ ବିଜୟ କୁମାର ପଟ୍ଟନାୟକ ଙ୍କ ଏହି ପରି କାର୍ଯ୍ୟକ୍ରମ କୁ ଦେଖି ଅଞ୍ଚଳ ବାସିନ୍ଦା କୃତଜ୍ଞତା ଜ୍ଞାପନ କରିବା ସହିତ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି । ପାରଳାଖେମୁଣ୍ଡି ସହରର ଏବଂ ସକାଳ ସମୟରେ ନିର୍ବାଚନ ମଣ୍ଡଳୀ ର ଆଖପାଖ ଅଞ୍ଚଳ ରେ ଆଜି ଗ୍ରାମଦେବତୀ ଙ୍କ ପୂଜାର୍ଚ୍ଚନା କରିବା ବେଳେ ଶ୍ରୀ ବିଜୟ କୁମାର ପଟ୍ଟନାୟକ ପହଞ୍ଚିଥିଲେ । ଏବଂ ସମସ୍ତ ଗ୍ରାମକୁ ଗ୍ରାମ ବୁଲି ଲୋକଙ୍କ ସହିତ ମିସି କଂଗ୍ରେସ ଇସ୍ତାହାର ଉପରେ ବୁଝାଉଥିଲେ । ଆଜି ଗୋଷାଣୀ ବ୍ଲକ୍ ର ଅଗରଖଣ୍ଡି, ଭିନ୍ନଳା, ମଣ୍ଡଳଦେଇ, ବଡ଼ଗାଁ, ବଡକତୁରୁ, ଜଙ୍ଗଲ ପାଡୁ, ବି ଶିତାପୁରୁଏବଂ ପରେ ଅପରାହ୍ନରେ ପାରଳାଖେମୁଣ୍ଡି ସହରରେ ସାହି ମାନଙ୍କରେ ପ୍ରଚାର ପ୍ରସାର କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଯୁବ କଂଗ୍ରେସ ସଭ୍ୟ ସୂର୍ଯ୍ୟ ନାରାୟଣ ପାତ୍ର, ଜସ୍ମିନ ସାହିଦ ରାଫି , ମହିଳା କଂଗ୍ରେସ ସଭାନେତ୍ରୀ ରଞ୍ଜିତା ପାଣିଗ୍ରାହୀ , ଅଭିମନ୍ୟୁ ପଣ୍ଡା, ଉପେନ୍ଦ୍ର ବିଶ୍ବାଳ, ଇନାସ ରାଇତ, ସୁବାଷ ଶବର, ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରେ ମଇଦାନରେ ରଣନୀତି ନିର୍ଦ୍ଧାରଣ କରି ଚାଲିଛନ୍ତି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରାର୍ଥି ଶ୍ରୀ ବିଜୟ କୁମାର ପଟ୍ଟନାୟକ !

Exit mobile version