Site icon Awaj Media

ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୂଆଗାଁ ବ୍ଲକ ସଦର ମହକୁମାରେ ବିଜୁ ଜନତା କାର୍ଯ୍ୟାଳୟ ଠାରେ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବିଜୁ ଜନତା ଦଳର ସଭାପତି ସନାତନ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମେ ୨୦ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଗତ ନିର୍ବାଚନ ଠାରୁ ଚଳିତ ବର୍ଷ ସାଧାରଣ ନିର୍ବାଚନରେ କିଭଳି ବିଜୁ ଜନତା ଦଳ ଅଧିକ ରୁ ଅଧିକ ଭଲ ପ୍ରଦର୍ଶନ କରିବ ସେ ଉପରେ ଗୁରୁତ୍ଵାରୋପ କରିବା ସହ ଏ ନେଇ ପ୍ରତି ଗ୍ରାମାଞ୍ଚଳରେ ବୋଥ ସ୍ତରୀୟ ଏକ କମିଟି ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ ୧୭ ତାରିଖରେ ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ଦିବସ ପାଳନ ଦଶପଲ୍ଲାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ରୁ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଯୋଗଦେବା ସହିତ ୧୮ ତାରିଖରେ ଦଶପଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ସଭା ଓ ମିଶ୍ରଣ ପର୍ବରେ ଅଧିକ ସଂଖ୍ୟାରେ ବିଜେଡି କର୍ମୀ ଯୋଗଦେବେ ସେ ଉପରେ କହିଥିଲେ ।ତତ୍ ସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ଅଧିକ ସଂଖ୍ୟକ ଭୋଟ ପାଇ କିପରି ଓଡ଼ିଶାରେ ଏକ ନଂ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ ହେବ ସେ ଉପରେ ବିଧାୟକ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,ସୂର୍ଯ୍ୟ ନାରାୟଣ ସାହୁ, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ସମେତ ୨୨ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଏବଂ ବିଜେଡିର ଆଗଧାଡ଼ି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version