Site icon Awaj Media

ଗମ୍ଭାରୀମୁଣ୍ଡା ଆଙ୍କୁଲେଇଶ୍ଵରୀଙ୍କ ଅଶୋକାଷ୍ଟମୀ ଯାତ୍ରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ତ ଗମ୍ଭାରୀମୁଣ୍ଡା ବଜାର ଠାରେ ମା ଆଙ୍କୁଲେଇଶ୍ଵରୀଙ୍କ ଅଶୋକାଷ୍ଟମୀ ଯାତ୍ରା ମଙ୍ଗଳବାର ଠାରୁ ଆରମ୍ଭହୋଇ ଦୁଇଦିନଧରି ଯାତ୍ରା ଚାଲିଥିବା ବେଳେ ସ୍ଥାନାଧିପତି ମା ଆଙ୍କୁଲେଇଶ୍ଵରୀଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଶ୍ରୀ ବାବା ଗାଦିଶ୍ୱର ଦେବ ଶ୍ରୀ ଶ୍ରୀ ପତିତପାବନ ମା ବ୍ରାହ୍ମଣି ଦେବି ଙ୍କୁ ସାଙ୍ଗରେ ଧରି ପଡିଆ ମଧ୍ୟରେ ଆସନ ଗ୍ରହଣ କରିଥିଲେ I ଗମ୍ଭାରୀମୁଣ୍ଡା ଗ୍ରାମରୁ ବାହାରି ଗମ୍ଭାରୀମୁଣ୍ଡା ବଜ଼ାର ଶେଷପର୍ଯ୍ୟନ୍ତ ପ୍ରସେସନ ସହିତ ପାଟ ପଟୁଆର ରଙ୍ଗ ବେରଙ୍ଗ ଆଲୋକ ମାଳ ଘୋଡା ନାଚ ବାଘ ନାଚ ଶଙ୍ଖ ଓ ତୁରି ହରିବୋଲ ହୁଳହୁଳି ଧ୍ୱନି ରେ ପରିବେଶ କୁ ଆଧ୍ୟାତ୍ୟାମୟ କରିଥିଲା I ମଙ୍ଗଳବାର ରାତ୍ରରୁ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ବେଳେ ରାତ୍ର ଏଗାର ଘଣ୍ଟିକା ସମୟରେ ରାମ ନାଟକ ପରିବେଷଣ ସହିତ ବୁଧବାର ସାଂସୃତିକ କାର୍ଯ୍ୟକ୍ରମ ର ଆସର ଜମିଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କ ପାଁଇ ପାନୀୟଜଳ ବିତରଣ କେନ୍ଦ୍ର ଖୋଲାଯାଇ ଜଳ ପ୍ରଦାନ କରାଯାଇଥିଲା I ସଂନ୍ଧ୍ୟା ସମୟରେ ଗମ୍ଭାରୀମୁଣ୍ଡା ଗ୍ରାମବାସୀ ତଥା ଯୁବଗୋଷ୍ଟି ଙ୍କ ଦ୍ୱାରା ମେଳନ ଯାତ୍ରା ସମାପନ ହୋଇଥିଲା ବହୁ ସଂଖ୍ୟକ ଲୋକଙ୍କ ସମାଗମକୁ ଦେଖି ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା I

Exit mobile version