Site icon Awaj Media

ଜନ୍ମ ଦିନରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଜାତୀୟ ଯୁବ ପ୍ରକଳ୍ପ ଏବଂ ମିଶନ ରକ୍ତଦାନ ସଦସ୍ୟା ପ୍ରଜ୍ଞା ମହାନ୍ତିଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ମଧୁସୂଦନ ଦାସ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ରଞ୍ଜନ ମହାପାତ୍ର, ଗୁନୁ ଆଚାର୍ଯ୍ୟ, ବିଭୂତି ଭୂଷଣ ସାହୁ, ପ୍ରଭାସ କୁମାର ମହାପାତ୍ର, ସରୋଜ ମାଝୀ, ସୂର୍ଯ୍ୟକାନ୍ତ ସେଠି, ଲକ୍ଷ୍ମୀ ମହାନ୍ତି,ସ୍ମୃତି, ଶ୍ରାବଣୀ,ଡିପ୍ତିମୟୀ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରୁ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରେ ରକ୍ତ ଭଣ୍ଡାର ରେ ରକ୍ତର ଅଭାବ ସମୟରେ ଏତେ ସଂଖ୍ୟକ ରକ୍ତଦାତା ରକ୍ତଦାନ କରିଥିବାରୁ ମିଶନ ରକ୍ତଦାନ ତରଫରୁ ହର ପ୍ରସାଦ ମହାପାତ୍ର କୃତଜ୍ଞତା ଜ୍ଞାପନ କରିଥିଲେ !

Exit mobile version