Site icon Awaj Media

ଚିଲିକାରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେଲେ ପ୍ରଦୀପ କୁମାର ସ୍ବାଇଁ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟି ଦୂଇ ପ୍ରମୂଖ ଦଳର ବିଜେଡି ଏବଂ କଂଗ୍ରେସ ଦଳର ପ୍ରାର୍ଥୀ ଶନିବାର ଘୋଷଣା ହୋଇଛି। ଅନେକ ଦିନ ଧରି ବିଜେଡିରେ କନ୍ଦଳ ଲାଗିରହିଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଷଷ୍ଠ ପର୍ଯ୍ୟାୟର ତାଲିକା ପ୍ରକାଶ କରିଥିବାବେଳେ କଂଗ୍ରେସ ମଧ୍ୟ ନିଜ ଜିଦ୍ ରେ ଅଥଳ ରହି ଆଜି ତାର ବିଧାୟକ ତାଲିକା ପ୍ରକାଶ କରିଛି। ଇତି ମଧ୍ୟରେ ଚିଲିକାରୁ ବିଜେଡି ଆସନ ଅନେକ ଦିନ ହେବ ଘୋଷଣା ନ ହେବା ନେଇ ଭୋଟରଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି କରିଥିଲା। କିନ୍ତୁ ସେ ସବୁର ପୂର୍ଣ୍ଣଛେଦ ପଡି ବିଜେଡିରୁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ସୁପ୍ରିମୋ ଆସ୍ଥା ପ୍ରକଟ କରିଥିବାବେଳେ ଜାତୀୟ କଂଗ୍ରେସ ଶ୍ରୀ ପ୍ରଦୀପ କୁମାର ସ୍ଵାଇଁଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ ୨୦୧୯ ପରଠାରୁ ବିଜେଡିରୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିଜୟ ହେବା ପରେ ତାଙ୍କର କାର୍ଯ୍ୟକଳାପ ଚିଲିକା ମାଟିରେ ଅନେକ କୁ ପ୍ରଭାବ ପଡିଥିବାବେଳେ ଉଭୟ ବିଜେପି ଏବଂ ବିଜେଡି ମଧ୍ୟରେ ବାହାଘର କରି କଂଗ୍ରେସ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଥିଲା। ଆଗାମୀ ଦିନରେ ବିଜେପି ବିଜେଡିର ମଧୁଚନ୍ଦ୍ରିକାରେ ଭୋଟର ବଳି ପଡିବା ଏବଂ ଏହି ଦୁଇ ଦଳର ସମ୍ପର୍କରେ ରାଜ୍ୟ ତଥା ଦେଶରେ ଦୁର୍ନୀତିର ମୂଖ୍ୟ କାରଣ କହି ଉଭୟ ଦଳ ଉପରେ ବର୍ଷିଛନ୍ତି କଂଗ୍ରସ ପ୍ରାର୍ଥୀ ଶ୍ରୀ ପ୍ରଦୀପ ସ୍ଵାଇଁ। ଆଗାମୀ ଦିନରେ ବିଜେଡି ବିଜେପି ସମ୍ପର୍କକୁ ବରଦାସ୍ତ ନ କରି ରାସ୍ତାଘାଟ , ପାନୀୟଜଳ, ସ୍ଵାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ଵ ଦେଇ ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଭୋଟରଙ୍କ ପାଖକୁ ଯିବେ ଏବଂ ଆପଣଙ୍କର ସୁଖ ଦୁଃଖର ସାଥୀ ପ୍ରଦୀପ ସ୍ଵାଇଁଙ୍କୁ ହାତ ଚିହ୍ନରେ ଭୋଟ ଦେଇ କଂଗ୍ରେସକୁ ସୁଦୃଢ କରିବା ପାଇଁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।।

Exit mobile version