Site icon Awaj Media

ବାଙ୍କୀ ରେ ହେବ ଅସନ୍ତୁଷ୍ଟ ବିଜେପି ଏବଂ କଂଗ୍ରେସ ଭିତରେ ବୁଝାମଣା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ବିଜେପି ର ଦଳ ବିରୋଧୀ ମେଳି , ବିଧାୟକ ପ୍ରାର୍ଥୀ ଘୋଷିତ ତୁଷାରକାନ୍ତ ଚକ୍ରବର୍ତ୍ତୀ ଏବଂ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଙ୍କୁ ବିରୋଧ ! ପଦ୍ମ ଫୁଲ ପତାକା ମାରି ଆୟୋଜିତ ମିଟିଂ ରେ , ନିର୍ବାଚନରେ ପଦ୍ମ ଫୁଲକୁ ଭୋଟ ନଦେବା ପାଇଁ ଆଲୋଚନା ! ବାଙ୍କୀ ରୁ ଆସିଲା ଭିନ୍ନ ଏକ ରାଜନୈତିକ ଖବର ! ମେଳ ହେଲେ ଚାରି ପୁରୁଣା ବିଧାୟକ ପ୍ରାର୍ଥୀ ! ଚଳିତ ନିର୍ବାଚନ ପାଇଁ ବାଙ୍କୀ ର ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଏବଂ କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଙ୍କ ବିରୋଧରେ କଲେ ବିଷୋଦଗାର ! ପାର୍ଟି ନୂହେଁ , ଆଗ ମାଟି , ବାଙ୍କୀ ମାଟିର ସ୍ୱାଭିମାନ ମର୍ଯ୍ୟାଦା ରକ୍ଷା ପାଇଁ ଦଳୀୟ ନିଷ୍ପତ୍ତି ବିରୋଧରେ ମତଦାନ ପାଇଁ ସ୍ଥିର କଲେ ବିଜେପି ନେତା ! ସୁବଳ ବେହେରା ଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ 2019 ର ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀ , 2014 ର ବିଧାୟକ ପ୍ରାର୍ଥୀ ଅଜୟ କୁମାର ସ୍ୱାଇଁ , 2004 ର ବିଧାୟକ ପ୍ରାର୍ଥୀ ଉତ୍କଳମଣି ମନ୍ତ୍ରୀ ପ୍ରମୂଖ ଉପସ୍ଥିତ ରହି ଶତାଧିକ ଦଳୀୟ କର୍ମୀଙ୍କୁ ଦଳୀୟ ନିଷ୍ପତି ବିରୋଧରେ ଏକଜୁଟ ହୋଇ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ ! ତେବେ ସମାବେଶକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜାରି ରହିଛି , କିଏ କହୁଛି ଟିକେଟ ନମିଳିବାରୁ ଏହା ବୃଥା ଆସ୍ଫାଳନ , ଆଉ କିଏ କହୁଛି ସଂଗଠନ ଦେଖାଇ ଟିକେଟ ପାଇଥିବା ବ୍ୟକ୍ତିଙ୍କ ଠାରୁ ମାଲ ଆଦାୟ ପାଇଁ ଏହା ଏକ ଯୋଜନା ! ତେବେ ଉଦ୍ଦେଶ୍ୟ ଯାହା ହେଉ ପଛେ , ବାଙ୍କୀ ବିଜେପି ର ସଞ୍ଜୟ , ଅଜୟ , ସୁବଳ ଏବଂ ଉତ୍କଳଙ୍କର ଗୋଟିଏ ମଞ୍ଚରେ ବସି ଗୋଟିଏ ନିଷ୍ପତ୍ତି ନେବା ନିର୍ବାଚନ ଫଳାଫଳକୁ ଅବଶ୍ୟ ପ୍ରଭାବିତ କରିବ ! ଅନ୍ୟ ପକ୍ଷରେ , ଦଳୀୟ ଘୋଷଣା ପରେ ନିର୍ବାଚନ ମଣ୍ଡଳୀ ସାରା ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି ତୁଷାର ! ଆଗରୁ ଦଳ ଜିଲ୍ଲା ପରିଷଦ ଟିକେଟ ଦେଇଥିଲା ଏବଂ ସେ ବାରଙ୍ଗରେ ପଦ୍ମ ଫୁଟାଇଥିଲେ , ଏବେ ଦଳ ବିଧାୟକ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏବଂ ସେ ବାଙ୍କୀ ରେ ପଦ୍ମ ଫୁଟାଇବେ ବୋଲି ଦୃଢତାର ସହିତ କହିଛନ୍ତି ! ବାଙ୍କୀ ର ଭୋଟ ବ୍ୟାଙ୍କ ଗଣିତ ଯାହା କହୁଛି ଆଗରୁ ବିଜେପି ର ଅନ୍ତ କନ୍ଦଳ ଦଳୀୟ ଭୋଟ କୁ ତିରିଶ ହଜାର ଭିତରେ ସିମୀତ ରଖେ ! ଯାହାକୁ ନେଇ ଶାସକ ଦଳ ପାଇଁ ବିଜୟ ସହଜ ହୁଏ ! ତେବେ ଯଦି ଏଥର ଅସନ୍ତୁଷ୍ଟ ବିଜେପି ଏବଂ କଂଗ୍ରେସ ଭିତରେ କିଛି ବୁଝାମଣା ହୋଇଯାଏ , ସାମନାକୁ ଆସିବ ଭିନ୍ନ ଏକ ସମୀକରଣ !

Exit mobile version