Site icon Awaj Media

ବାଙ୍କୀ ରେ ଜୋରଦାର ପ୍ରଚାର ଚଲାଇଛନ୍ତି ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦଳୀୟ ଟିକେଟ ପାଇବା ପରେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି ବାଙ୍କୀ ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ! ତ୍ରିଶୁଳିଆ ଠାରୁ ପର୍ଶୁରାମପୁର ଯାଏଁ ସବୁଦିନ କରୁଛନ୍ତି ଗସ୍ତ ! ବାଙ୍କୀ ର କୋଉଠି ନା କୋଉଠି ହେଉଛି ମିଶ୍ରଣ ପର୍ବ ! ସବୁଦିନ ଅନ୍ୟ ଦଳର କର୍ମୀ ବିଜେପି ରେ ସାମିଲ ହେଉଛନ୍ତି ! ଡମପଡା ବ୍ଲକ ଯାତମୁଣ୍ଡିଆ , ରାମଚନ୍ଦ୍ରପୁର , କୁସୁନ୍ଦା ଗ୍ରାମରେ ଆଜି ଆୟୋଜିତ ହୋଇଥିଲା ବିଜେପି ର ସାଙ୍ଗଠନିକ ବୈଠକ ଏବଂ ପ୍ରଚାର ଅଭିଯାନ ! ବାଙ୍କୀ ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଭୋଟର ଙ୍କୁ ମୋଦୀ ଗ୍ୟାରେଣ୍ଟି ସମ୍ପର୍କରେ କହିବା ସହିତ ଆଗାମୀ ନିର୍ବାଚନରେ ପଦ୍ମ ଫୁଲରେ ଡବଲ ମୋହର ମାରି ସାଂସଦ ଏବଂ ବିଧାୟକ ଙ୍କ ବିଜୟ ପାଇଁ ଆହ୍ୱାନ ଦେଇଥିଲେ ! ଅନ୍ୟପକ୍ଷରେ ନିଶ୍ଚିତ ବିଜୟ ହେବ ବୋଲି ଭାବି ଶାସକ ବିଜେଡି ପ୍ରଚାରରେ ଟିକେ ମାନ୍ଦା ଥିବାବେଳେ , ଅନ୍ୟ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ମଧ୍ୟ ପୁରା ଦମରେ ଆରମ୍ଭ କଲେଣି ପ୍ରଚାର !

Exit mobile version