Site icon Awaj Media

କାଶୀନଗର ରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାଶୀନଗର ଏନ ଏ ସି ଅଧ୍ୟକ୍ଷା ଏମ ସୁଧାରାଣୀ ଯେ କି ଏହି ଏନ ଏ ସି ମଧ୍ୟରେ ତିନି ଥର ବିଜେଡି ଦଳ ତରଫରୁ ଜିତିଛନ୍ତି ସେ ନିଜ ସାମର୍ଥକ ଙ୍କ ସହ ଭାରତୀୟ ଜନତା ଦଳର ଏକ ମିଶ୍ରଣ ପର୍ବରେ ଉପସ୍ଥିତ ରହି ବିଜେପିରେ ମିଶିଥିଲେ ।ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ସାଂସଦ ବିଜେପି ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ, ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନ ର ଏମ ଏଲ ଏ କେ ନାରାୟଣ ରାଓ ଓ ଗଜପତି ଜିଲ୍ଲା ମଧ୍ୟରେ ଥିବା ଦଳର ଟାଣୁଆ ନେତା ମାନଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଶ୍ରୀ ପ୍ରଦୀପ ପାଣିଗ୍ରାହୀ କାଶୀନଗର ବ୍ଲକ ଓ ଏନ ଏ ସି ରୁ ଆସିଥିବା ସମର୍ଥକ ମାନଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ବିଭିନ୍ନ ଯୋଜନା କହି ବର୍ତମାନ ଓଡିଶା ରେ ଡବଲ ଇଂଜିନ ସରକାର ଆସିବ ବୋଲି କହିଥିଲେ।ସେହିପରି ସ୍ଥାନୀୟ ବିଧାୟକ କେ ନାରାୟଣ ରାଓ ବର୍ତମାନ ମିଶିଥିବା ସମସ୍ତ ସଦସ୍ୟ ମୋ ପୁରୁଣା ବନ୍ଧୁ ସେମାନେ ବିଜେପି ଦଳକୁ ଆସିବାରୁ ଦଳ ବର୍ତମାନ ଆହୁରି ସୁଦୃଢ ହୋଇଛି ବୋଲି କହିଥିଲେ। ବିଜେଡି ଦଳ ଛାଡି ବିଜେପି ଦଳରେ ସାମିଲ ହେବା ପରେ ଏନ ଏ ସି ଅଧ୍ୟକ୍ଷା ସୁଧାରାଣୀ ଅଞ୍ଚଳର ଉନ୍ନତି ଓ ବିକାଶ ସକାଶେ ଦଳ ପରିବର୍ତ୍ତନ କରିଛି ବୋଲି ପ୍ରକାଶ କରିଛନ୍ତି।

Exit mobile version