Site icon Awaj Media

ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କ ପାଇଁ ଭୋଟର ସଚେତନତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଭୋଟ ହାର ବୃଦ୍ଧି ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନ‌ତା ସୃଷ୍ଟି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏହି ପରିପକ୍ଷୀରେ ଆଜି ସ୍ଥାନୀୟ ୟୁନୀୟନ୍ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଳାର ଭିନ୍ନ କ୍ଷମ ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ସ୍ବତନ୍ତ୍ର ଭୋଟର ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଯାଇଅଛି। ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଯୋଗଦେଇ ଭୋଟର ସଚେତନତା କରେଇଥିଲେ। ବିଶେଷ କରି ଶ୍ରବଣ ଶକ୍ତି ଦୁର୍ବଳତା ଥିବା ବ୍ୟକ୍ତିଙ୍କ ପାଇଁ ସଙ୍କେତ ଭାଷା ଅନୁବାଦନ ମାଧ୍ଯମରେ ଶ୍ରୀ ଅରୋଭିଲ ସ୍ୱାଇଁ ପ୍ରତ୍ୟେକ ଶବ୍ଦକୁ ସଙ୍କେତ ଭାଷା ଅନୁବାଦ କରି ଭିନ୍ନ କ୍ଷମ ବ୍ୟକ୍ତିଙ୍କୁ ଇଭିଏମ ଓ ଭିଭିପାଟ୍ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ଆସନ୍ତା ମେ ମାସ ୧୩ ତାରିଖ ଦିନ ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବାକୁ ଭିନ୍ନ କ୍ଷମ ନୂତନ ମତଦାତା ମାନଙ୍କୁ ସାମିଲ କରାଯିବା ସହ ସକ୍ରିୟ ଭୋଟର ଅଂଶଗ୍ରହଣ ଉପରେ ଆଲୋଚନା କରାଯାଇଛି। ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଶାଖା ଡେପୁଟି କଲେକ୍ଟର କମଳ କାନ୍ତ ପଣ୍ଡା, ଓ ସୁଶ୍ରୀ କାଶ୍ୟପତି ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ସମର୍ଥକ ଏନଜିଓ, ସଂପାଦକ ସନ୍ତୋଷ କୁମାର ମହାରଣା ସମେତ ଭିନ୍ନ କ୍ଷମ ଭାଇ ଭଉଣୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Exit mobile version