Site icon Awaj Media

୫୩ ନଂ ଜାତୀୟ ରାଜପଥ କଡ ଜଙ୍ଗଲରେ ଜଙ୍ଗଲି ହାତୀ ଆତଙ୍କ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ୫୩ ନଂ ଜାତୀୟ ରାଜପଥ କଡ ଜଙ୍ଗଲରେ ଜଙ୍ଗଲି ହାତୀ ଆତଙ୍କ ! ସୁକିନ୍ଦା ଭୁବନ ରାସ୍ତାର ବୋତଲଣ୍ଡା ଛକ ନିକଟ ଜଙ୍ଗଲରେ ହାତି ବୁଲୁଥିବା ଘଟଣା ସାଧାରଣରେ ଆତଙ୍କ ସୃଷ୍ଟି କରିଛି । ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ବୋତଲଣ୍ଡା ରାଜପଥ କଡରେ ଥିବା ସଂରକ୍ଷିତ ଜଙ୍ଗଲରେ ଏକ ହାତି ବୁଲୁଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ହାତୀକୁ ଦେଖି ଦେଖି ଭୟଭୀତ ହୋଇ ସୁକିନ୍ଦା ବନ ବିଭାଗକୁ ସୂଚନା ଦେଇଥିଲେ । ପରେ ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କ ନେତୃତ୍ବରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ ଘଟଣା ସ୍ଥଳରେ ପହଞ୍ଚି ଜଙ୍ଗଲି ହାତୀକୁ ଗ୍ରାମ ନିକଟରୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ବନବିଭାଗ ପକ୍ଷରୁ ଦମକଳ ବାହିନୀର ସହଯୋଗ ନିଆଯାଇଥିଲା । ଢେ଼ଙ୍କାନାଳ ଜିଲ୍ଲା କପିଳାସ ଜଙ୍ଗଲରୁ ଏହି ହାତୀ ଆସିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

 

 

Exit mobile version