Site icon Awaj Media

ଚିଲିକା ରେ ବିଜୁ ଜନତା ଦଳ ର ମିଶ୍ରଣ ପର୍ବ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ରାମପୁର ରୋଡ ସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟରେ ବିଜୁଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ରେ ଅନୁପ୍ରାଣିତ ହୋଇ ଏବଂ ପୂର୍ବତନ ବିଧାୟକ ତଥା ବର୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଯେକି ଚିଲିକା ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ବିନ୍ଧାଣି, ସୁ ସଂଗଠକ, ଚିଲିକା ବାସୀଙ୍କ ସୁଖରେ ଦୁଃଖରେ ସମସ୍ତ ଚିଲିକାବାସୀ ଙ୍କୁ ଆପଣେଇବା ଶୈଳୀ ରେ ଅନୁପ୍ରାଣିତ ହୋଇ ଚିଲିକା ବ୍ଲକ ର ନିମିଖେତା ପଞ୍ଚାୟତ ର ବିଜେପି ର ପୂର୍ବତନ ସରପଞ୍ଚ ଅଞ୍ଜଳି ସ୍ୱାଇଁ ଙ୍କ ସମେତ ପଞ୍ଚାୟତ ର ୩୦୦ ସହ ରୁ ଉର୍ଦ୍ଧ୍ବ ବିଜେପି ଦଳ ର କର୍ମୀ ଆଜି ବିଧାୟକ ରଘୁନାଥ ସାହୁଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ ମୁଠି ଟାଣ କରିବା ସହିତ ଷଷ୍ଠ ଥର ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଜିତାଇବା ସ୍ବପ୍ନକୁ ସାକାର କରିବା ପାଇଁ ସେମାନେ ଶପଥ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ବିଜୁଜନତା ଦଳ ର ସାଧାରଣ ସମ୍ପାଦକ ମନୋଜ ପ୍ରଧାନ , ୪ ନମ୍ବର ଜୋନ ର ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମତା ପାଇକରାୟ, ୬ ନମ୍ବର ଜୋନ ର ଜିଲା ପାରିଷଦ ଅଧ୍ୟକ୍ଷା ସବିତା ସୁନ୍ଦରାୟ , ଅଠର ବାଟିଆ ପଞ୍ଚାୟତ ର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।।

Exit mobile version