Site icon Awaj Media

ପାରଳାରେ ବିଜେଡି ର ସାଙ୍ଗଠନିକ ବୈଠକ ଏବଂ ନିର୍ବାଚନୀ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀ , ବିଜେଡି କର୍ମୀ ଓ ପ୍ରେମୀମାନଙ୍କ ସମେତ ପାରଳାଖେମୁଣ୍ଡି ଆଶିର୍ବାଦ ହଲରେ ସିଲେଇ ମେସିନ୍ ଚଲାଇ ନିଜର ପରିବାର ପୋଷଣ କରୁଥିବା ଲୋକଙ୍କ ସହ ଏକ ବୈଠକ ହୋଇଥିଲା । ଏହି ବୈଠକରେ ବିଧାୟକ ଇଂ. ରୂପେଶ ପାଣିଗ୍ରାହୀଙ୍କ ସମେତ ୱାର୍ଡ ନଂ ୮ କାଉନସିଲର ୱାର୍ଦା, ବିଜେଡି ବରିଷ୍ଠ କର୍ମୀ ଦନାନା ଆପାରୋ ଉପସ୍ଥିତ ଥିଲେ । ବୈଠକରେ ସିଲେଇ ମେସିନର ଚଳାଇବା ଲୋକମାନଙ୍କୁ ଆହୁରି ସବୁ ପ୍ରକାର ସୁବିଧା ବିଜୁ ଜନତାଦଳ ସରକାର ଦେଇପାରିବ ତା ସଙ୍ଗେ ସଙ୍ଗେ ଆଗକୁ ସିଲେଇ ମେସିନ ଭାଇ ଓ ଭଉଣୀ ମାନଙ୍କର ଯେଭଳି ଅସୁବିଧା ନହେବ ଏବଂ ନିଜ ପରିବାରରେ ସେମାନେ ଉନ୍ନତି ଆଣି ପାରିବେ ସେଥିପାଇଁ ଶ୍ରୀ ପାଣିଗ୍ରାହୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ନିର୍ବାଚନରେ ମୋତେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟ କରାଇବା ପାଇଁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ଏହି ବୈଠକରେ ଯୋଗଦେଇଥିବା ସମସ୍ତ ସିଲେଇ ମେସିନ ଚଳାଉଥିବା ଲୋକମାନେ କହିଛନ୍ତି ଆମର ବିଧାୟକ ପ୍ରାର୍ଥୀ ରୂପେଶ ଭାଇଙ୍କୁ ଆମ ତରଫରୁ ବିପୁଳ ପରିମାଣରେ ଭୋଟ୍ ଦେବା ପାଇଁ ଆମେ ସଂକଳ୍ପ କରୁଛୁ ।

 

Exit mobile version