Site icon Awaj Media

ଡମପଡା ଚା ଖଟିରେ ଲୋକଙ୍କ ଆଲୋଚନା : ପୁଣି ସେଇ ଟୁବୁ ଭାଇ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ର ଭୋଟର କହିଲେଣି, ଯାହା ଆଶା କରାଯାଉଥିଲା ତାହା ହେବନି ବରଂ ବାଙ୍କୀରେ ତୁଷାର ଏଥର ଧୂଳି ଚାଟିବେ |ଆଉ କିଛି ଦିନ ପରେ ଚଳିତ ବିଧାନସଭା ଏବଂ ଲୋକସଭା ପାଇଁ ନିର୍ବାଚନ ହେବ | ବାଙ୍କୀ ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ସରିଛି | ପରିବର୍ତ୍ତନର ସ୍ୱର ନିର୍ବାଚନ ପୂର୍ବରୁ ଯେପରି ଭୋଟରଙ୍କ ଭିତରେ ଗୁଂଜରଣ ସୃଷ୍ଟି କରୁଥିଲା, ଏବେ ତାହା ସମ୍ପୂର୍ଣ ଶିଥିଳ | ଲୋକ ଏବେ ଖୁଲୁମ ଖୁଲା କହୁଛନ୍ତି ବାଙ୍କୀ ରେ ପୁଣି ଥରେ ସେହି ଟୁବୁ , ପ୍ରଭାତ ଆଉ ନବୀନ | ୨୦୧୯ ନିର୍ବାଚନରେ ଡମପଡା ବ୍ଲକରେ ବିଜେପି ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ବ୍ଲକର ଦୁଇଟି ଜୋନ ରୁ ବହୁ ସଂଖ୍ୟାରେ ଭୋଟ ଅନ୍ୟ ଜୋନ ମାନଙ୍କ ଠାରୁ ପାଇଥିଲେ | ବିଜେପିର ନୂଆ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଡମପଡା ମଣ୍ଡଳରେ ତୃଣମୂଳ ସ୍ତରର କର୍ମୀଙ୍କୁ ଜାଣନ୍ତି ନାହିଁ | କି ସାଧାରଣ ଲୋକଙ୍କ ସହିତ ମିଶିବାକୁ ଚାଁହୁ ନାହାନ୍ତି | କେବଳ ଦୁଇ ତିନିଜଣ ପୁରୁଣା କର୍ମୀଙ୍କ ଦ୍ଵାରା ତାଙ୍କ କାର୍ଯ୍ୟକ୍ରମ ପରିଚାଳିତ | ସେହିମାନେ କେବଳ ନିଜସ୍ୱ ଆର୍ଥିକ ଫାଇଦା ନେଇ, ବାଙ୍କୀର ବିଜେପି ଭୋଟ ହାରକୁ ନିମ୍ନଗାମୀ କରିଦେବେ | କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକଙ୍କୁ ଭିତିରି ସହଯୋଗ କରିବା ପାଇଁ ବିଜେପି ପରିବାରର ଅନ୍ୟ ଦୁଇ ଗୋଷ୍ଠୀ ଅଜୟ , ସୁବଳ , ଶୁଭ୍ରାଂଶୁ ଏବଂ ଉତ୍କଳ ବୁଝାମଣା ଚାଲିଛି | ଡମପଡା ବ୍ଲକର ଭୋଟକୁ ପ୍ରଭାବିତ କରୁଥିବା ସର୍ବ ବୃହତ ପଂଚାୟତ ତାଳବସ୍ତ, ଦୁଲଣାପୁର, ଡମପଡାରେ ବିଜେପି ଦଳ ସମ୍ପୂର୍ଣ ନିଷ୍କ୍ରିୟ ରହିଛି | କେବଳ ଶୀତ ଟପ ନିୟନ୍ତ୍ରିତ ଦାମୀ କାର ଭିତରୁ ବସି ଲୋକଙ୍କୁ ହାତ ହଲେଇଲେ ଭୋଟ ଆସିବନି ବୋଲି ତାଳବସ୍ତର ବିଜେପି କର୍ମୀ କୁହନ୍ତି | ସବୁ ଛକ ରାଜନୀତି ଖଟିରେ ଗୋଟିଏ କଥା – ଲଢେଇ ହେବ ତ୍ରିପାଠୀ ଏବଂ ପଟ୍ଟନାୟକ ଭିତରେ | ପଦ୍ମ ବାଙ୍କୀରେ କେବେବି ଫୁଟିବ ନାହିଁ |

Exit mobile version