Site icon Awaj Media

ମା ଭଗବତୀ ଙ୍କୁ ଦର୍ଶନ କରି ନାମାଙ୍କନ ପାଇଁ ବାହାରିଲେ ରଘୁନାଥ ସାହୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ଙ୍କୁ ଦର୍ଶନ କରି ନାମାଙ୍କନ ପାଇଁ ବାହାରିଲେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ । ଚିଲିକା ବିଧାନ ସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନାଥ ସାହୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ନିଜ ନାମାଙ୍କନ ଦାଖଲ କରିଛନ୍ତି । ସକାଳ ସମୟରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ର ସମସ୍ତ କର୍ମୀ ଙ୍କୁ ସାଥିରେ ଧରି ପ୍ରଥମେ ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ଙ୍କୁ ଦର୍ଶନ କରିଥିଲେ , ପରେ ପରେ ବାଲୁଗାଁ ଠାରୁ ଏକ ଶୋଭାଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ ।

Exit mobile version