କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସହର ଭାଇଚାରା ର ସହର ! ଯେ କୌଣସି ପ୍ରାକୃତିକ ଦୁର୍ବିପାକ ହେଉ କିମ୍ବା ଆପାତ କାଳୀନ ପରିସ୍ଥିତି ହେଉ , ସମସ୍ତେ ମିଳିମିଶି ଜଣେ ଅନ୍ୟ ଜଣକୁ ସାହାଯ୍ୟ ର ହାତ ବଢ଼େଇ ଥାଆନ୍ତି ! ଏହାର ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି କଟକ ସହର ର ଗଳିକନ୍ଦି ରେ ଚାଲିଥିବା ଜଳଛତ୍ର ସବୁରେ ! କଟକ ର ସୁବାସ ବୋଷ ଫାଟକ ସାମ୍ନା ରେ ଲାୟନସ କ୍ଳବ ତରଫରୁ ଜଳ ଛତ୍ର ଖୋଲା ଯାଇ ତୃଷାର୍ତ୍ତ ଲୋକମାନଙ୍କୁ ଥଣ୍ଡା ସରବତ ଓ ଟୋପି ପ୍ରଦାନ କରାଯାଇଥିଲା ! ଏହାକୁ ଲାୟନସ କ୍ଲବ ର ସଭାପତି ନୟନ ଜୟପୁରିଆ, କ୍ଲବ ର ସଦସ୍ୟ ରାଣୀପ୍ରଭା ପରିଚାଳନା କରିଥିଲେ !
ଲାୟନସ କ୍ଳବ ତରଫରୁ ଜଳ ଛତ୍ର !!!

