Site icon Awaj Media

ମୋଟର କର୍ମଚାରୀ ସଂଘ ତରଫରୁ ଶ୍ରମିକ ଦିବସ ପାଳନ ଓ ସମ୍ୱର୍ଦ୍ଧନା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ମୋଟର କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇ ପାଲାମଣ୍ଡପ ସଂଘ ଅଫିସ କର୍ଯ୍ୟାଳୟର ସଦସ୍ୟ ମାନଙ୍କ ଉପସ୍ଥିତିରେ ପତାକା ଉତୋଳନ କରାଯାଇଥିଲା । ଏହି ଅବସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଟର୍ମିନାଲ କୁ ଆସୁଥିବ ବସରେ କାର୍ଯ୍ୟ କରୁଥିବା ଡ୍ରାଇଭର, କଣ୍ଡକ୍ଟର ସହାୟକ ଅଗ୍ରିଗ ଟିକେଟ ବିତରକ ରୋହିତ ଭାଇ ଓ ବରିଷ୍ଠ ଖବର କାଗଜ ବିତରକ ଦୀନବନ୍ଧୁ ଭାଇ ଏପରି ୨୦ ଜଣକୁ ଭଲ କାର୍ଯ୍ୟ ଓ ଶୃଙ୍ଖଳା ପାଇଁ ସମ୍ବର୍ଦ୍ଧିତ କରଯାଇଛି । ଏହି କାର୍ଯ୍ୟକର୍ମରେ ସଂଘର ସାଧାରଣ ସମ୍ପାଦକ ଶିଶିର କୁମାର ଲେଙ୍କା, ଉପସଭାପତି ବଦ୍ରି ନାରାୟଣ ଦାଶ, ସହ ସଂପାଦକ ଗଗନ ବିହାରୀ ପରିଡ଼ା, ଚକ୍ରବର୍ତ୍ତୀ ଓତା, କୋଷାଧକ୍ଷ ବିଭୂତି ଭୂଷଣ ରାଉତ, ସୋମନାଥ ସାହୁ , ଶ୍ରୀକାନ୍ତ ଛାଟୋଇ, ଅଚ୍ୟୁତ ଖୁଣ୍ଟିଆ, ରାକେଶ ରାଉତ, ରଘୁନାଥ ବାରିକ, ନାରାୟଣ ନାୟକ, ଗୌରାଙ୍ଗ ବେହେରା, ସରୋଜ ସାହୁ, ରବିନ୍ଦ୍ର ସାହୁ, ଜୟଦେବ ପ୍ରଧାନ, କୃଷ୍ଣଚନ୍ଦ୍ର ଦାସ ଓ ସୂର୍ଯ୍ୟଚନ୍ଦ୍ର ଦାସ ପ୍ରମୂଖ ସଂଘ ର ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ସହ ସଂପାଦକ ହିରାଲାଲ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥଲେ ।

Exit mobile version