ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ରାୟଗଡ ବ୍ଳକର ଡମ୍ବାଳ ଗ୍ରାମ ପଞ୍ଚାୟତର ଡ଼ମ୍ବାଳ ଗ୍ରାମବାସୀ ଗ୍ରାମର ମୌଳିକ ଆବଶ୍ୟକତା ପୂରଣ ନିମନ୍ତେ ଦୀର୍ଘ ବର୍ଷ ହେଲା ଦାବୀ କରାଯାଇ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦାବୀ ପୂରଣ ହୋଇ ପାରିନାହିଁ।ଗ୍ରାମର ମୌଳିକ ଆବଶ୍ୟକତା ଗୁଡିକ ହେଲା ଘରକୁ ପାନୀୟ ଜଳ ବ୍ୟବସ୍ଥା, ଡ଼ମ୍ବାଳ ଗ୍ରାମକୁ ପକ୍କା ରାସ୍ତା ଓ ରାସ୍ତା ପ୍ରଶସ୍ତି କରଣ,ଗ୍ରାମରେ ମୋବାଇଲ ଟାୱାର ନ ଥିବାରୁ ନେଟୱର୍କ ସମସ୍ୟା ହେଉଛି,ଛାତ୍ରଛାତ୍ରୀମାନେ ଅନଲାଇନ ପାଠ ପଢିବା ଅସୁବିଧା ହେଉଛି, ଆମ୍ବୁଲାନ୍ସ ସୁବିଧାରୁ ମଧ୍ୟ ଗ୍ରାମବାସୀ ବଞ୍ଚିତ ହେଉଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୌଳିକ ଆବଶ୍ୟକତା ପୂରଣ ନ ହେଲେ ଭୋଟ୍ ବର୍ଜନ କରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଡମ୍ବାଳ ଗ୍ରାମର ମୌଳିକ ଆବଶ୍ୟକତା ପୂରଣ ପାଇଁ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ !!!

