Site icon Awaj Media

ପ୍ରାର୍ଥୀ ପତ୍ର ଦାଖଲ କଲେ ରଣପୁର ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ପ୍ରାର୍ଥୀ ପତ୍ର ଦାଖଲ କଲେ ରଣପୁର ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ । ଶରଣକୁଳ ଲଡୁବାବା ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିରାଟ ମଟର ସାଇକେଲ ରାଲିରେ ନାମାଙ୍କନ ଦାଖଲ କରିବା ପାଇଁ ସତ୍ୟନାରାୟଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଭିନ୍ନ ବାଣ, ବାଜା, ଘଣ୍ଟ ବଜାଇ କର୍ମୀ ମାନେ ସ୍ଵାଗତ କରିଥିଲେ । ଗ୍ରୀଷ୍ମ ପ୍ରବାହ ଜାରି ରହିଥ‌ିବାରୁ ବିଭିନ୍ନ ସ୍ଥାନରେ ଶହ ଶହ କର୍ମୀ ମଝି ରାସ୍ତାରେ ଅଟକି ରହିଥ‌ିବା ଦେଖିବାକୁ ମିଳିଥିଲା । ଗ୍ରୀଷ୍ମ ପ୍ରବାହ ଲାଗି ଅନେକ କର୍ମୀ ମଳିନ ପଡି ଯାଇଥିଲେ । ପାଣି ସିଞ୍ଚନ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଅନେକ କର୍ମୀ ବାଟରେ ଅଟକି ରହିଯାଇଥିଲେ ।ପାଖାପାଖୀ ସାତ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥ‌ିବା ଦେଖିବାକୁ ମିଳିଥିଲା । ରଣପୁର ନିର୍ବାଚନ ମଣ୍ଡଳୀର ରିଟର୍ଡିଂ ଅଫିସର ଦିଲ୍ଲୀପ କୁମାର ବଳଙ୍କ ପାଖରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ସନ୍ୟାସୀ ପ୍ରଧାନ, ଜିଲ୍ଲା ପରିଷଦ ଚିନ୍ମୟୀ ଦାସ, ସଂଯୁକ୍ତା ପଢିଆରୀ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା ଓ ରଣପୁର ନିର୍ବାଚନ ମଣ୍ଡଳୀର ସରପଞ୍ଚ ସମିତି ସଭ୍ୟଙ୍କ ସମେତ ବିଜେଡିର ବହୁ ବରିଷ୍ଠ ନେତା ମାନେ ଯୋଗଦାନ କରିଥିଲେ ।

 

 

 

Exit mobile version