Site icon Awaj Media

ଜଗନ୍ନାଥ ପ୍ରଧାନ ଙ୍କ ନାମାଙ୍କନ ରାଲିରେ ଜୋରଦାର ସମାବେଶ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ। ମଧ୍ୟମ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅତିରିକ୍ତ ଜିଲ୍ଲପାଳ କାର୍ଯ୍ୟାଳୟ ଭୁବନେଶ୍ୱରର ଠାରେ ନାମାଙ୍କନ ଭରିଛନ୍ତି। ନାମାଙ୍କନ ସମୟରେ ବିଜେପି ର ଭୁବନେଶ୍ୱର ସାଂସଦ ବା ଭୁବନେଶ୍ୱର ବିଜେପିର ଲୋକସଭା ଆସନ ପାର୍ଥି ଅପରାଜିତା ଉପସ୍ଥିତ ଥିଲେ । ରାଜ୍ୟରେ ହେବାକୁ ଥିବା ଦିତ୍ୱୀୟ ଓ ତୃତୀୟ ପର୍ଯ୍ୟାୟର ନାମାଙ୍କନ ର ପ୍ରକ୍ରିୟା ଜାରି ରହିଥିବା ବେଳେ ଏହିକ୍ରମରେ ଆଜି ଜଗନ୍ନାଥ ପ୍ରଧାନ ବିରାଟ ପଟୁଆର ସହ ନିଜ ସମର୍ଥକ ସହ ଆସି ନାମାଙ୍କନ ଭରିଛନ୍ତି। ବିଜେପି ମଧ୍ୟ କାର୍ଯ୍ୟାଳୟରୁ ଜଗନ୍ନାଥଙ୍କ ଶୋଭାଯାତ୍ରା ବାହାରି ରାଜ୍ୟ କାର୍ଯ୍ୟାଳୟ ଦେଇ କଳ୍ପନାରେ ଶେଷ ହୋଇଥିଲା।ପରେ ସେଠାରୁ ପଦଯାତ୍ରାରେ ଅପରାଜିତା ଷଢଙ୍ଗି ଓ ଜଗନ୍ନାଥ ପ୍ରଧାନ ଚାଲି ଛକି ଯାଇ ନାମାଙ୍କନ ଭରିଛନ୍ତି। ବାଜା ବାଣ ବ୍ୟାଣ୍ଡ ବାଜା ସହ ସମଥକଙ୍କ ନାରାବାଜି ର କୋଳାହଳରେ ଜଗନ୍ନାଥ ଙ୍କ ବିରାଟ ପଟୁଆର ସହର ସାରା ବୁଲିବା ପରେ ନାମାଙ୍କନ ଭରିଛନ୍ତି।

ତେବେ ନାମାଙ୍କନ ଭରିବା ପରେ ମତ ରଖିଛନ୍ତି ଜଗନ୍ନାଥ ପ୍ରଧାନ। ସେ କହିଛନ୍ତି ମୁ ଆଜିର ନାମାଙ୍କନ ରେ ସାଧାରଣ ଲୋକଙ୍କ ଅଦ୍ଭୂତପୂର୍ବ ସମର୍ଥନ ପାଇଁ ଅତ୍ୟନ୍ତ ଖୁସି ଅଛି । ତିତିଥର ହାରିବା ପରେ ବି ପରେ ଦଳ ମୋ ଉପରେ ଆସ୍ଥା ରଖି ଟିକେଟ ଦେଇଛି। ଦଳର ଆସ୍ଥାକୁ ମୁ ବଜାୟ ରଖିବି ଲୋକଙ୍କ ଆସରିବାଦ ଭଲପାଇବା ସ୍ନେହ ଶ୍ରଦ୍ଧା କୁ ନେଇ ଏଥର ଯିତିବି ବୋଲି କହିଛନ୍ତି । ସେ ଆହୁରି କହିଚନ୍ତି ପୂର୍ବ ଥର ମୁ ବହୁତ କମ ପ୍ରତିଶତରେ ହାରିଥିଲି। ହାରିବା ପରେ ଅନ୍ୟ ନେତାଙ୍କ ମାନସିକ ସ୍ଥିତି କିପରି ଥାଏ, ହେଲେ ମୋର ମାନସିକତା ସ୍ଥିତି ଦୃଢ଼ ହୋଇଯାଇଛି। ଲୋକ ମାନଙ୍କ ହାତ ମୁଁ ଛାଡ଼ିନି। ସବୁବେଳେ ସବୁ ସମୟରେ ସମସ୍ତ ସହ ରହିଛି ଠିଆ ହୋଇଛି, ଯେଉଁଥିପାଇଁ ମୋ ମନବଳ ବଢିଛି। ମଧ୍ୟ ବିଜେଡିରେ ସ୍ଥିତି ଠିକ ନାହିଁ । ଜନସାଧାରଣ ମାନେ ପରିବର୍ତ୍ତନ ଚାଁହୁଚନ୍ତି। ମୋର ଆଶା ଲୋକମାନେ ମୋର ବିଶ୍ୱାସ କରିବେ ଓ ଥରେ ସେବା କରିବା ପାଇଁ ସୁଯୋଗ ଦେବେ। ମୋର ଲକ୍ଷ୍ୟ ସରସ, ସୁନ୍ଦର ଓ ବିକଶିତ ଭୁବନେଶ୍ୱର ମୁଁ ସେହି ଅନୁସାରେ କାମ କରିବି। ଆଜି ନୋମିନେସନ ରେ ବିପୁଳ ସମର୍ଥନ ମିଳିଛି,ଏହା ନିର୍ବାଚନରେ ପ୍ରତିଫଳିତ ହେବ।

Exit mobile version