ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବିଶାଳ ଜନ ସମାଗମ ମଧ୍ୟରେ ଆଠଗଡ ଉପ ଜିଲ୍ଲାପାଳଙ୍କ ନିକଟରେ ସ୍ବାଧୀନ ପ୍ରାର୍ଥୀ ରୁପେ ନିଜର ନାମାଙ୍କନ ପତ୍ର ଦାଖଲ କଲେ ବିଜୟ କୁମାର ଦଳବେହେରା । ନରସିଂହପୁର ଆରାଧ୍ୟ ଦେବ ପ୍ରଭୁ ଜଗନ୍ନାଥଙ୍କ ଙ୍କ ଦର୍ଶନ ଏବଂ ତାଙ୍କ ଆର୍ଶୀବାଦ ନେଇ ବିଶାଳ ଶୋଭାଯାତ୍ରାରେ ବଡ଼ମ୍ବା – ନରସିଂହପୁର ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ରୂପେ ନାମାଙ୍କନ ଦାଖଲ କରିଛନ୍ତି ବିଜୟ କୁମାର ଦଳବେହେରା । ନାମାଙ୍କନ ଦାଖଲ ପରେ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଥିଲେ ! ତେବେ ଦୀର୍ଘ ଦିନ ଧରି ରାଷ୍ଟ୍ରୀୟ ଦଳ ବିଜେପି ଯୋଗ ଦେଇ, ନେତୃତ ନେଇ ବଡ଼ମ୍ବା – ନରସିଂହପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ଦଳୀୟ କର୍ମୀ ମାନଙ୍କୁ ନେଇ ସଂଗଠନ କରି ଥିଲେ ବିଜୟ କୁମାର ଦଳବେହେରା । ବିରୋଧୀ ଦଳ ବିଜେଡି କୁ ନିର୍ବାଚନ ରେ କଡ଼ା ଚେକ୍ ଦେଇ ଥିଲେ ବିଜୟ । ବଡ଼ମ୍ବା – ନରସିଂହପୂର୍ ରେ ଶାସକ ଦଳର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ବହୁ ସଂଗ୍ରାମ କରିଛନ୍ତି ବିଜୟ । ଏପରିକି ସେଥିପାଇଁ ଜେଲ ମଧ ଯାଇଛନ୍ତି । ୨୦୨୪ ନିର୍ବାଚନ ପାଇଁ ବିଜୟ କୁମାର ଦଳବେହେରା ଙ୍କ ଟିକେଟ କଟିବା ପରେ ଦଳୀୟ କର୍ମୀ ଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ନବାଗତ ପ୍ରାର୍ଥୀ ଙ୍କୁ ଗ୍ରହଣ ନକରି ତାଙ୍କ ବିରୁଦ୍ଧରେ ବିଜେପି କର୍ମୀ ଙ୍କ ବିଦ୍ରୋହ ଦେଖିବାକୁ ମିଳିଥିଲା । ନାମାଙ୍କନ ଯାତ୍ରା ରେ ପାଖାପାଖି କୋଡ଼ିଏ ହଜାର କର୍ମୀ ସାମିଲ୍ ଥିଲେ। ରୋଡ଼ ସୋ ରେ ବଡ଼ମ୍ବା ଗାନ୍ଧି ଛକ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲି । ହଜାର ହଜାର କର୍ମୀ ଙ୍କ ସହ ଆଠଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ଦାଖଲ ର ସମସ୍ତ ଦସ୍ତାବିଜ୍ ପତ୍ର ଉପ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ । ସ୍ବାଧୀନ ପ୍ରାର୍ଥୀ ରୂପେ ବିଜୟ ଦଳବେହେରା ବିପୁଳ ଭୋଟ ରେ ବିଜୟୀ ହେବେ ବୋଲି ଅଞ୍ଚଳରେ ଚର୍ଚ୍ଚା ।
ବିଜେପି, ବିଜେଡ଼ି ଓ କଂଗ୍ରେସ ଶୋଭାଯାତ୍ରା ଠାରୁ ବଳିଗଲା ସ୍ୱାଧୀନ ପ୍ରାର୍ଥୀ ବିଜୟ ଙ୍କ ନାମାଙ୍କନ ଶୋଭାଯାତ୍ରା !!!

