Site icon Awaj Media

ରାତି ଅଧରେ ନୟାଗଡ଼ ଏସପିଙ୍କ ଯାନବାହାନ ଯାଞ୍ଚ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପାଖେଇ ଆସୁଛି ସାଧାରଣ ନିର୍ବାଚନ । ନୟାଗଡ଼ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଚାଲିଛି କଡ଼ାକଡି ଯାଞ୍ଚ । ବିଳମ୍ବିତ ରାତି ପର୍ଯ୍ୟନ୍ତ ନୟାଗଡ଼ ଏସପି ରାହୁଲ ଜୈନ ନିଜେ ଉପସ୍ଥିତ ରହି ସମସ୍ତ ଯାନବାହାନର କରୁଛନ୍ତି ଯାଞ୍ଚ । ଡ୍ରିଙ୍କ ଆଣ୍ଡ ଡ୍ରାଇଭ ସହିତ ଗାଡ଼ି ଚଲାଉଥିବା ବେଳେ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ଉପରେ ନୟାଗଡ଼ ପୋଲିସର କଡ଼ା ନଜର । ନିର୍ବାଚନ ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ ଚାଲୁ ରହିଛି l ଶାନ୍ତିପୂର୍ଣ ନିର୍ବାଚନ ପାଇଁ ପ୍ରଶାସନର ଏଭଳି ପ୍ରୟାସକୁ ସବୁଠାରୁ ସ୍ୱାଗତ କରାଯାଉଛି l

Exit mobile version