ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା ନିର୍ବାଚନରେ ଚିଲିକା ନିର୍ବାଚନ ମଣ୍ଡଳୀ ରେ ଚଳିତ ମାସ ୨୫ ତାରିଖ ରେ ମତଦାନ ହେବାକୁ ଯାଉଥିବା ବେଳେ ମତଦାତା ଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ପକ୍ଷରୁ ଚିଲିକା ବିଧାନସଭା କ୍ଷେତ୍ର ରେ ବାଣପୁର ଠାରେ ବିଷରପାଟଣା ଛକ ଠାରୁ ମା ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଏକ ବିଶାଳ ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ! ଏହି ବିଶାଳ ଯାତ୍ରା ରେ ପୁରୀ ଲୋକସଭା କ୍ଷେତ୍ର ର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ଚିଲିକା ବିଧାନସଭା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ସାମିଲ ହୋଇ ବାଣପୁର ର ଆରାଧ୍ୟା ଦେବୀ ମା ଭଗବତୀ ମନ୍ଦିର ଓ ଟିକିରାଇ ମନ୍ଦିର ଯାଇ ଦର୍ଶନ ଓ ପୂଜା ଅର୍ଚନା କରି ମା ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ପୁରୀ ଲୋକସଭା କ୍ଷେତ୍ର ର ସାମଗ୍ରିକ ବିକାଶ ର ସଂକଳ୍ପ ସହ ବାଣପୁର ତଥା ଚିଲିକା ନିର୍ବାଚନ ମଣ୍ଡଳୀ ର ବିକାଶ କରି ଚିଲିକା କୁ ଏକ ସମୃଦ୍ଧିଶାଳୀ ଅଂଚଳ ରେ ପରିଣତ କରିବା ପାଇଁ ସେ ପ୍ରତିଶୃତି ବଦ୍ଧ, ମୋଦି ସରକାର ଙ୍କ ବିଭିନ୍ନ ଜନହିତକାରି ଯୋଜନା ଗୁଡିକୁ ଏହି କ୍ଷେତ୍ର ରେ ରୂପାୟନ କରି ଚିଲିକା କୁ କେନ୍ଦ୍ର ସହିତ ଡବଲ ଇଞ୍ଜିନ ସରକାର ରେ ସାମିଲ କରି ପ୍ରଗତି ର ଧାରା ରେ ସାମିଲ ହେବା ପାଇଁ ସମ୍ବିତ ପାତ୍ର ଅଂଚଳ ବାସୀଙ୍କୁ ଆହ୍ୱାନ ଦେଇଥିଲେ ! ବିଧାୟକ ପ୍ରାର୍ଥୀ ହରିଚନ୍ଦନ ଏ ଅଂଚଳ ର ସାମଗ୍ରୀକ ବିକାଶ ସହ ଦାଦନ ସମସ୍ୟା ର ମୁଳୋତ୍ପାଟନ , ପ୍ରତି ହାତ କୁ କାମ ଓ କ୍ଷେତ କୁ ପାଣି ପହଂଚାଇବା ର ସଂକଳ୍ପ ସହ ଏକ ସମୃଦ୍ଧଶାଳୀ ଚିଲିକା ଗଠନ ପାଇଁ ପ୍ରତସୃତି ଦେଇଥିଲେ । ଏହି ଯାତ୍ରା ରେ ଚିଲିକା ବିଧାନସଭା କ୍ଷେତ୍ର ବିଜେପି ପ୍ରଭାରୀ ବିକାଶ ପଟ୍ଟନାୟକ,ଜିଲ୍ଲା ବିଜେପି ସମ୍ପାଦକ ତଥା ଚିଲିକା ବିଧାନସଭା କ୍ଷେତ୍ର ସଂଯୋଜକ ଦୁଷ୍ମନ୍ତ ହରିଚନ୍ଦନ, ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରାଣସିଂହ, ବାଣପୁର ନଗର ମଣ୍ଡଳ ବିଜେପି ସଭାପତି ଭଗବାନ ପ୍ରଧାନ,ବିଜେପି ନେତା ନନ୍ଦକିଶୋର ମିଶ୍ର ଙ୍କ ସମେତ ସମସ୍ତ କାଉନସିଲର ଓ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।।
ବାଣପୁର ରେ ବିଜେପି ର ବିଶାଳ ଜନସମ୍ପର୍କ ଯାତ୍ରା !!!

