Site icon Awaj Media

ରିଏଲିଟି ଶୋ ଟିକେ ଡାନ୍ସ ଓ ଟିକେ ଆକ୍ଟିଙ୍ଗ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଋତୁରାଜ ଦାସଙ୍କୁ ସମ୍ବର୍ଦ୍ଧନା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରିଏଲିଟି ଶୋ ଟିକେ ଡାନ୍ସ ଓ ଟିକେ ଆକ୍ଟିଙ୍ଗ ରେ ପ୍ରଥମ ସ୍ଥାନ ଅଧିକାର କରି ବିଜୟ ଲାଭ କରିଥିବା ସୁନ୍ଦରପଦାର ଋତୁରାଜ ଦାସଙ୍କୁ ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ତରଫରୁ ଜୟଦେବ ଭବନ ପରିସର ରେ ସମ୍ବର୍ଦ୍ଧିତ କରାଯାଇଛି । ଋତୁରାଜ ୪୦୦ ପ୍ରତିଯୋଗୀଙ୍କୁ ନୃତ୍ୟ ଓ ଅଭିନୟ ମାଧ୍ୟମରେ ପଛରେ ପକାଇ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରି କ୍ଳବ ଫେଲୋସିପ ର ସଭାପତି ଗଦାଧର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଋତୁରାଜ ଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଲିଙ୍ଗରାଜ ସାହୁ, ରକ୍ତଦାତା ତନ୍ମୟ ସାମନ୍ତରାୟ, ରତିକାନ୍ତ ଦାସ, ନିରଞ୍ଜନ ସାହୁ, ଗୁରୁପଦ ନାଥ, ରାଜେଶ ଘଡାଇ, ଚିତ୍ତରଂଜନ ଦାଶ, ଗଣେଶ କୁମାର ସାହୁ ଉପସ୍ଥିତ ରହିଥିବା ସମୟରେ ଋତୁରାଜ ଦାସଙ୍କ ସାଥୀମାନେ ଉପସ୍ଥିତ ଥିଲେ ।

 

 

Exit mobile version