Site icon Awaj Media

ସିଂଘମ ଟାଇକୋଣ୍ଡ ଏକାଡେମୀର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଅନୁଆପଡ଼ା ସ୍ଥିତ ମାତୃବାଟିକା ମଣ୍ଡପରେ ସିଂଘମ ଟାଇକୋଣ୍ଡ ଏକାଡେମୀର ଦ୍ଵିତୀୟ ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁନି କୁନି ପିଲା ମାନଙ୍କୁ ପାଠ ପଢିବା ସହ ଆତ୍ମ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଟାଇକୋଣ୍ଡ ଭଳି ଏକାଡେମୀରେ ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଯଦିଓ ଏହାର ଭିତ୍ତି ଭୂମିର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ସେଭଳି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ତଥାପି ମୋଦି ସରକାର ଏହାର ଭିତ୍ତିଭୂମିର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା କଥା ସେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା,ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ବିଭାଗରେ ଭାଗ ନେଇ କେନ୍ଦ୍ରାପଡ଼ାର ନାମକୁ ଟେକ ରଖିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସେ ମାନ ପତ୍ର ଓ ପଦକ ପ୍ରଦାନ କରିଥିଲେ । ଟାଇକୋଣ୍ଡ ହେଉଛି ଦକ୍ଷିଣ କୋରିଆ ଦ୍ଵାରା ଆବିଷ୍କୃତ ଏକ ମାର୍ସଲ ଆର୍ଟ ।୧୯୪୦ ରୁ୫୦ ଦଶକରେ ଏହି କୌଶଳ ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା ।ପରେ ଏହା ଦ୍ରୁତ ଗତିରେ ବିକାଶ ହେବା ସହ ୨୦୦୦ ମସିହାରେ ‘ଅଲମ୍ପିକ’ରେ ସାମିଲ ହେବାର ଗୌରବ ଅର୍ଜନ କରିଥିଲା ।କେନ୍ଦ୍ରାପଡ଼ାରେ ଶତାଧିକ ଛାତ୍ର ଛାତ୍ରୀ ଏହାର ପ୍ରଶିକ୍ଷଣ ନେଇ ଦେଶ ବିଦେଶରେ ନାମ କମାଇବାର ଗୌରବ ଅର୍ଜନ କରିପାରିଛନ୍ତି । କୋଚ ସୁଶାନ୍ତ କୁମାର ସାହୁ ଓ ଅନ୍ୟ ସାଥୀ ସହଯୋଗୀ ମାନଙ୍କ ଆପ୍ରାଣ ଉଦ୍ୟମରେ କେନ୍ଦ୍ରାପଡ଼ାରେ ଏହାର ବିକାଶ ହୋଇପାରିଛି ବୋଲି ଛାତ୍ର ଛାତ୍ରୀ ମାନେ କହିଛନ୍ତି ।

Exit mobile version