Site icon Awaj Media

ବିଲରେ ଖତ ପକାଉଥିବା ବେଳେ ବଜ୍ରପାତ ରେ କୃଷକ ମୃତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବିଲରେ ଖତ ପକାଉଥିବା ବେଳେ ବଜ୍ରପାତ ରେ କୃଷକ ମୃତ । ଏଭଳି ଏକ ଦୁଃଖଦ ଖବର ଆସିଛି କଟକ ଜିଲ୍ଲା ବଡ଼ମ୍ବା ଥାନା ଭଟ୍ଟାରିକା ଗ୍ରାମ ପଞ୍ଚାୟତ ରୁ । ଭଟ୍ଟାରିକା ଶଶାଙ୍କ ଗ୍ରାମର ସୁବାସ ଚନ୍ଦ୍ର ମହାପାତ୍ର ବିଲକୁ ଖତ ନେଇ ଯାଇଥିଲେ । ମାତ୍ର କିଏ ଜାଣିଥିଲା ସେ ଆଉ ଘରକୁ ଫେରିବେନି । ବିଲରେ ଖତ ପକାଉ ଥିବା ସମୟରେ ହଠାତ ବଜ୍ରପାତ ର ଶୀକାର ହେଲେ ଏବଂ ବିଲରେ ଟଳି ପଡ଼ିଲେ । ପାଖରେ ଥିବା ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଲୋକେ ଆମ୍ବୁଲାନ୍ସ କୁ ଫୋନ୍ କରି ଡାକି ସୁବାଷ ଙ୍କୁ ବଡ଼ମ୍ବା ମେଡିକାଲ କୁ ଆଣିଥିଲେ । ମେଡିକାଲ ରେ ଡାକ୍ତର ସୁବାଷ ଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସୁବାଷ ଙ୍କ ମୃତ୍ୟୁ ଖବର ପାଇ ବଡ଼ମ୍ବା ବ୍ଳକ୍ ଚେୟାରମ୍ୟାନ ରଘୁପତି ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ ଏବଂ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ବଡ଼ମ୍ବା ମେଡିକାଲ ରେ ପହଞ୍ଚି ପରିବାର ସଦସ୍ୟ ଙ୍କୁ ସାନ୍ତନା ପ୍ରଦାନ କରିଥିଲେ । ସରକାର ଙ୍କ ତରଫରୁ ଯାହା ଅନୁକମ୍ପା ରାଶି ଅଛି ତାହା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Exit mobile version