Site icon Awaj Media

ବାଣପୁର ଉପକାରାଗାରରେ ଅନ୍ତେବାସୀ ଙ୍କୁ ନେଇ ପ୍ରାଥମିକ ଉପଚାର ସଚେତନତା ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଉପକାରାଗାରରେ କାରାଗାରର ଅନ୍ତେବାସୀ ମାନଙ୍କୁ ନେଇ ଏକ ଦିନିକିଆ ପ୍ରାଥମିକ ଉପଚାର ବା ଆସୁ ଚିକିତ୍ସା ତାଲିମ ଶିବିର ର ଆୟୋଜିତ ହୋଇଯାଇଛି । ଏହି ଶିବିର ରେ ପ୍ରାୟ ୫୦ ରୁ ଉର୍ଦ୍ଧ ବିଚାରଧୀନ ବନ୍ଦୀ ଓ ଅନ୍ତେବାସୀ ଅଂଶଗ୍ରହଣ କରି ପ୍ରାଥମିକ ଚିକିତ୍ସା ବା ଆସୁ ଚିକିତ୍ସା ଦ୍ୱାରା ସାପକାମୁଡ଼ା, ହୃଦଘାତ, ସଡ଼କ ଦୁର୍ଘଟଣା ଭଳି ମୁହୂର୍ତ୍ତ ରେ ବିବ୍ରତ, ଭୟଭୀତ ନ ହୋଇ ଉପଲବ୍ଧ ସାଧାରଣ ସାଧନ ଦ୍ୱାରା ପୀଡିତ ବ୍ୟକ୍ତି କୁ ହସ୍ପିଟାଲ ଯିବା ପୂର୍ଵ ରୁ ପ୍ରାଥମିକ ଉପଚାର ଦ୍ୱାରା ତାର ବହୁମୂଲ୍ୟ ଜୀବନ ବଞ୍ଚାଇବା ସହ କିପରି ଅନ୍ୟର ସେବା କରାଯାଇପାରିବ ତାହା ଶିକ୍ଷା ଦିଆଯାଇଥିଲା l ଏହି କର୍ମଶାଳା ରେ ଅଂଶଗ୍ରହଣ କରିଥିବା ସମସ୍ତ ଅନ୍ତେବାସୀ ଏକ ଆଦର୍ଶ ଓ ସଚେତନ ନାଗରିକ ହେବା ପାଇଁ ସଂକଳ୍ପ ନେଇଥିଲେ। ଉକ୍ତ କର୍ମଶାଳା ଟି କାରାପାଳ ଶ୍ରୀଜଗତ ବିହାରୀ ରାଉତରାୟ ଓ ସହକାରାପାଳ ଶ୍ରୀ କାଁହୁ ଚରଣ ମଲ୍ଲଙ୍କ ତତ୍ୱାବଧାନରେ ଚାଲିଥଲା ଏବଂ ସେଣ୍ଟ ଜନ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ତଥା ତାଲିମ ଦାତା ସମାଜ ସେବି ଅନନ୍ତ ଚରଣ ଖଟେଇ ଙ୍କ ଦ୍ୱାରା ଅନ୍ତେବାସୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା.ଏହି ଶିବିର ରେ ସମ୍ମାନିତ ଅତିଥି ରୂପେ ସାନହନ୍ତୁଆଡ଼ ସରକାରୀ ସ୍କୁଲ ର ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାପାତ୍ର ଓ ସାମ୍ବାଦିକ ଅଶୋକ କୁମାର ଜେନା,ଯୋଗ ଦେଇଥିଲେ ।।

Exit mobile version